ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଭାରତର ବିଜୟ । ଭାରତ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫିରେ ବିଜୟ ହାସଲ କରିଛି । ପୁରା ଭାରତ ବର୍ଷରେ ଉତ୍ସାହର ମାହୋଲ ଚାଲିଛି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ ଗତ କାଲି ୨ .୩୦ ମିନିଟରେ ଖେଳ ଆରମ୍ଭ ହୋଇଥିଲା | ଦୁବାଇ ଇଣ୍ଟରନାସନଲ କ୍ରିକେଟ ଷ୍ଟାଡିୟମ ଫାଇନାଲ ମ୍ୟାଚ ଆୟୋଜନ କରାଯାଇଥିଲା । ନ୍ୟୁଜିଲ୍ୟାଣ୍ଡ ଟିମ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ କରି ୨୫୧ ରନ କରିପାରିଥିଲା ଭାରତକୁ ୨୫୨ ରନ ବିଜୟ ଲକ୍ଷ ଦେଇଥିଲା । ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ତରଫରୁ ସର୍ବାଧିକ ୬୩ ରନ ଡା଼ରେଲ ମିଚେଲ କରିଥିଲେ , ବ୍ରସବଲ ୫୩ ରନ କରିଥିଲେ । ଭାରତର ବୋଲିଂ ତରଫରୁ ବରୁଣ ୨ ୱିକେଟ , ଯାଦବ ୨ ୱିକେଟ , ଶାମି ୧ ୱିକେଟ , ଜାଡେଜା ୧ ୱିକେଟ ନେଇଛନ୍ତି । ଭାରତର ବ୍ୟାଟିଂରେ ସର୍ବାଧିକ ରନ ରହିତ ଶର୍ମା ୭୬ ରନ କରିଛନ୍ତି , ଶ୍ରେୟସ ୪୮ ରନ , ରାହୁଲ ୩୪ , ଶୁଭମନ ୩୧ ରନ , ଅକ୍ସର ୨୯ , ପାଣ୍ଡ୍ୟା ୧୮ ରନ , ଜାଡେଜା ୯ କରି ଭାରତକୁ ବିଜୟ କରିଥିଲେ । ରବୀନ୍ଦ୍ର ଜାଡେଜାଙ୍କ ଚୌକାରେ ଭାରତ ବିଜୟ ହାସଲ କରିଥିଲା । ଭାରତ ୨୫୪ ରନ କରି ୬ ୱିକେଟ ବିନିମୟରେ ୪୯ ବ୍ୟାଟିଂ କରି ବିଜୟ ହାସଲ କରିଛି ଏହା ତୃତୀୟ ଥର ପାଇଁ ଭାରତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ବିଜୟ କରିବାରେ ସଫଳ ହୋଇଛି ।