ଆଜିଠୁ ଆରମ୍ଭ ହେଲା +୨ ପିଲାଙ୍କର କାଳ ଓ ବାଣିଜ୍ୟ ପରୀକ୍ଷା । ଗତ ମଙ୍ଗଳବାର ଦିନ ଆରମ୍ଭ ହୋଇଥିଲା ଯୁକ୍ତ ଦୁଇ ପିଲାମାନଙ୍କର ବିଜ୍ଞାନ ପରୀକ୍ଷା । ଆଜିଠୁ ଯୁକ୍ତ ଦୁଇ ପିଲାମନେ କଳା ଓ ବାଣିଜ୍ୟରେ ପିଲାମାନେ ପରୀକ୍ଷା ଦେବେ । ଏବର୍ଷ କଳା ଓ ବାଣିଜ୍ୟରେ ୨ ଲକ୍ଷ ୧୫ ହଜାର ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେବେ । ଏବର୍ଷ ମୋଟ ୧୨୭୬ ଟି ପରୀକ୍ଷା କେନ୍ଦ୍ରରେ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ ସକାଳ ୯ .୪୫ରୁ ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷା ପେପେର ବଣ୍ଟାଯିବ ଏବଂ ସମସ୍ତ ପିଲାମାନଙ୍କୁ ୯ .୫୫ ସୁଦ୍ଧା ପ୍ରଶ୍ନ ପତ୍ର ପ୍ରଦାନ କରାଯିବ । ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହେବ ଏବଂ ଅପରାହ୍ନ ୧ଟାଏ ବେଳେ ସରିବ । ଏବର୍ଷ ସବଜେକଟିକ୍ ଅପେକ୍ଷା ଅବଜେଟୀକ କୁ ଅଧିକ ଗୁରୁତ୍ୱ ଦିଆଯାଇଛି । କପି ରୋକିବା ନିମନ୍ତେ ଶିକ୍ଷା ବିଭାଗରୁ ସବୁ ପରୀକ୍ଷା ସେଣ୍ଟରରେ ସିସିଟିଭି ର ବ୍ୟବସ୍ତା ହୋଇଛି ବୋଲି ସୂଚନା ମିଳିଛି । ଯଦି କୌଣସି କର୍ତ୍ତୃପକ୍ଷ ପେପେର ଲିକ କରିବାରେ ଧରାପଡନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହବ ବୋଲି ସୂଚନା ମିଳୁଛି। ଏବର୍ଷ ମାତ୍ର ୪୫ ଦିନ ଭିତରେ ରେଜଲ୍ଟ ବାହାରିବା ସୂଚନା ମିଳୁଛି ।