ଆଜି ସକାଳୁ ଓଡିଶାରେ ଭୂକମ୍ପ ଝଟକାରେ ଥରିଲା ଓଡିଶା । ରାଜଧାନୀ ଭୁବନେଶ୍ଵର , ପୁରୀ , ବାଲେଶ୍ୱର ସମେତ ରାଜ୍ୟର କିଛି କିଛି ସ୍ଥାନରେ ମୃଦୁ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିବା ସୂଚନା ମିଳୁଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ହୋଇଥିବା ରେକର୍ଡ କରାଯାଇଛି । ଆଜି ସକାଳ ୬ଟା ୧୦ମିନିଟରେ ମୃଦୁ ଭୂକମ୍ପ ହୋଇଥିବା ସୂଚନା ମିଳୁଛି । ଭୂକମ୍ପ ୨ରୁ ୩ ସେକେଣ୍ଡ ଯାଏଁ ହୋଇଥିବା ସୂଚନା ମିଳୁଛି । ପୁରୀ , ଭୁବନେଶ୍ଵର, ବାଲେଶ୍ଵର, ପାରାଦୀପ ସମେତ କୋଲକାତାରେ ମଧ୍ୟ ପ୍ରଭାବ ଭୂକମ୍ପ ଅନୁଭୂତ ହୋଇଛି । ବଙ୍ଗୋପାସାଗରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ବା ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଭୂକମ୍ପ ପୁରୀରୁ ୨୮୬ ଓ ବ୍ରହ୍ମପୁରଠାରୁ ୩୯୪ କିମି ଏବଂ ଭୁବନେଶ୍ଵରରୁ ୨୯୭ କିମି ଦୂରରେ ଏହାର କେନ୍ଦ୍ରସ୍ଥଳ ରହିଥିବା ଜଣାପଡୁଛି । ଆଜି ସକାଳେ ଭୂକମ୍ପ ବର୍ତ୍ତମାନ ପର୍ଯ୍ୟନ୍ତ କିଛି କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଭୂକମ୍ପର ପ୍ରଭାବ ବିଶେଷ ହୋଇନଥିବା ଦ୍ୱାରା ସମସ୍ତ ଓଡିଶା ବସି ସୁରକ୍ଷିତ ରହିଥିବା ସୂଚନା ମିଳୁଛି ।