ଆଠଗଡ଼ରେ ସେବା ସମବାୟ ସମିତିରେ ତାଲା ପକେଇଲେ ଚାଷୀ । ଆଠଗଡ଼ରେ ଚାଷୀ ମିଲର ମୁହାଁମୁହିଁ ଆଜି ଆଠଗଡ଼ କୁଲେଇଲ ପଂଚାୟତରେ ପ୍ରଥମ ଏବର୍ଷ ଧାନ ମଣ୍ଡି ଖୋଲା ହେଇଥିବା ବେଳେ କେହିବି ସରକାରୀ କର୍ମଚାରୀ ଆସିନାହାନ୍ତି । ଏବଂ ଭୋକ ଉପାସରେ ସକାଳୁ ଦିନ ୩ଟା ପର୍ଯ୍ୟନ୍ତ ବସିରହିଛନ୍ତି ଚାଷୀ । ଏବଂ କେହି ସରକାରୀ କର୍ମଚାରୀ ନ ଆସିବାରୁ ବାଧ୍ୟ୍ୟ ହୋଇ ଚାଷୀ ମାନେ କୁଲେଇଲ ପ୍ରାଥମିକ ସେବା ସମବାୟ ସମିତିରେ ତାଲା ପକେଇବାକୁ ବାଧ୍ୟ୍ୟ ହୋଇଛନ୍ତି । ଚାଷୀ ମାନେ ଅଭିଯୋଗ କରିଛନ୍ତି ୪ ରୁ ୫ କେଜି ଧାନ କାଟିବାକୁ ମିଲର ମାନେ କହିଥିଲେ ଏବଂ ଏହାକୁ ଚାଷୀ ଗଣ ବିରୋଧ କରିଥିଲେ । ଆଜି ୫୦ ରୁ ଅଧିକ ଚାଷୀ ଧାନ ବିକ୍ରି କରିବା ପାଇଁ ଧାନ ମଣ୍ଡିକୁ ଆସିଥିଲେ ହେଲେ ଆଜି ପ୍ରଥମ ଦିନରେ ଏଭଳି ଅସୁବିଧା ଦେଖିବାକୁ ମିଳିଛି ।