ଆମ୍ବୁଲାନ୍ସକୁ ଘୋସାଡୀନେଲା ଟ୍ରେନ । କଲ୍ୟାଣୀପୁର ନିକଟରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି କଞ୍ଚାମମାଣ୍ଡି ନିକଟରେ ଆମ୍ବୁଲାନ୍ସଟି ରେଳ ଟ୍ରାକ କ୍ରସ କରୁଥିବାବେଳେ ଦୃଘଟଣା ଘଟିଥିବା ଜଣାପଡିଛି । ଆମ୍ବୁଲାନ୍ସରେ ୮ ଜଣ ରୋଗୀ ରହିଥିବାବେଳେ ଏତେବଡ ଦୃଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି ।ଦୃଘଟଣାରେ ସମସ୍ତ ରୋଗୀ ସୁରକ୍ଷିତ ରହିଥିବା ସୂଚନା ମିଳୁଛି । ଦୃଘଟଣା କାରଣ ହେଉଛି ଆମ୍ବୁଲାନ୍ସଟି ଟ୍ରେନ ଟ୍ରାକ କ୍ରସ କଲାବେଳେ ଆମ୍ବୁଲାନ୍ସଟି ଚକ ଫସିଯାଇଥିଲା । ଏବଂ ଡ୍ରାଇଭରଙ୍କୁ ବହୁତ ପ୍ରୟାସ ସତ୍ୱେ ମଧ୍ୟ ବାହାରିପାରିନଥିଲା ଏବଂ ସେହି ସମୟରେ ଟ୍ରେନ ଆସିବାର ଦେଖି ତୁରନ୍ତ ଆମ୍ବୁଲାନ୍ସରେ ରହିଥିବା ସମସ୍ତ ରୋଗୀଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଆମ୍ବୁଲାନ୍ସରେ ରହିଥିବା ୮ ଜଣ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଟ୍ରେନ ଆସିବା ପରେ ଆମ୍ବୁଲାନ୍ସଟିକୁ କିଛି ବାଟ ଘୋଷାଡ଼ି ନେଇଥିଲା ।