ଆସନ୍ତା କାଲିଠୁ ପାଣିପାଗ ପରିବର୍ତନ ହେବାର ସମ୍ଭାବନା ?

ଆସନ୍ତା କାଲିଠୁ ପାଣିପାଗ ପରିବର୍ତନ ହେବାର ସମ୍ଭାବନା । ପୁଣିଥରେ ଗରମ ଓ ଗୁଳୁଗୁଳି ହେବା ଲାଗିରହିବ । କିଛି ଦିନ ହବ ରାଜ୍ୟରେ କାଳବୈଶାଖୀ ବର୍ଷା ଆସି ରାଜ୍ୟରେ ବିଭିନ୍ନ ସ୍ଥାନରେ କୂଅପଥର ବର୍ଷା , ବିଜୁଳି ଓ ଘଡ ଘଡି ଅନେକ ସ୍ଥାନରେ ହୋଇଥିବା ଦେଖିଦେଇଥିଲା । କାଲିଠୁ ପାଗ ପରିବର୍ତନ ହେବ ବୋଲି ପାଣିପାଗ ବିଭାଗ କେନ୍ଦ୍ରରୁ ସୂଚନା ମିଳୁଛି । ତାପମାତ୍ର ରାଜ୍ୟରେ ପୁଣିଥରେ ବଢିବା ସୂଚନା ମିଳୁଛି । ଆଜି ମଧ୍ୟ୍ୟ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ କାଳବୈଶାଖୀର କୁଆପଥର ବର୍ଷାହେବ ଦ୍ୱାରା ବିଭିନ୍ନ ସ୍ଥାନରେ ଚାଷୀମାନଙ୍କ ଫସଲ ନଷ୍ଟ ହେବା ଦେଖାଦେଇଛି । ଚାଷୀ ଏକର ଏକର ଫସଲ ଚାଷ କରିଥିବାବେଳେ କୁଆପଥର ବର୍ଷାରେ ଫସଲ ନଷ୍ଟ ହେବା ଦ୍ୱାରା ଚିନ୍ତାରେ ଚାଷୀ । ମୟୁରଭଞ୍ଜର ବିଶୋଇ ବ୍ଲକ ଖଡ଼ମବେଡା ଗାଁ କୁଆପଥର ବର୍ଷାରେ ଏକର ଏକର ପାରିବ ଫସଲ ନଷ୍ଟ ହେବ ସୂଚନା ମିଳୁଛି । ୧୫ ରୁ ଅଧିକ ଗାଁ କୁଆପଥର ବର୍ଷାରେ ଫସଲ ନଷ୍ଟ ହେବ ସହ ଓ ଝଡ ତୋଫାନରେ କିଛି ଲୋକଙ୍କ ଘର ଭାଙ୍ଗିଥିବା ସୂଚନା ମିଳୁଛି । ଚାଷ ଜମି ଉପରେ ନିର୍ଭର କରୁଥିବା ଚାଷୀ ଗଣ ଅଦିନିଆ ବର୍ଷା ହେବ ଦ୍ୱାରା ଚିନ୍ତାରେ ଚାଷୀ ।

Odia Khabar

Leave a Comment