ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ସମ୍ଭାବନା | ରାଜ୍ୟରେ ବିଭିନ୍ନ ସ୍ଥାନରେ ୨୪ ଘଣ୍ଟା ଭିତରେ ବର୍ଷ ଘଡଘଡି ଲାଗିରହିବ ନେଇ ପାଣିପାଗ ବିଭାଗରୁ ସୂଚନା ମିଳୁଛି | ପାଣିପାଗ ବିଭାଗରୁ ୯ ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ କରିଥିବା ଜଣାପଡୁଛି ୯ ଟି ଜିଲ୍ଲା ଗୁଡିକ ହଉଛି ଢେଙ୍କାନାଳ ,କେନ୍ଦୁଝର , ଯାଜପୁର , କେନ୍ଦ୍ରାପଡା , ଝାରସୁଗଡା , ସୁନ୍ଦରଗଡ଼ , ମୟୁରଭଞ୍ଜ ,ବାଲେଶ୍ୱର , ଭଦ୍ରକ ଏହି ସବୁ ଜିଲ୍ଲା ଗୁଡିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଗାଣ ବର୍ଷ ସହିତ ଘଡ ଘଡି ହେବାର ସମ୍ଭାବନା ଅଛି | ବୋଲି ପାଣି ପାଗ ବିଭାଗରୁ ସୂଚନା ମିଳୁଛି | ୫୦ ରୁ ୬୦ କିମି ବେଗରେ ବିଭିନ୍ନ ରାଜ୍ୟରେ ପବନ ବହିପାରେ ବୋଲି ସୂଚନା ମିଳୁଛି ଏବଂ ପବନ ସହିତ କୁଆପଥର ବର୍ଷା ହେବା ଲାଗି ପାଣିପାଗ ବିଭାଗରୁ ସୂଚନା ମିଳୁଛି | ରାଜ୍ୟରେ କିଛି ଦିନ ହବ ବର୍ଷା ଲାଗିରହିଥିବାରୁ ଅଦିନିଆ ବର୍ଷରେ ଅନେକ ଫସଲ ନଷ୍ଟ ହେବା ଦେଖାଦେଇଥିଲା | ଚାଷୀ ମାନଙ୍କର ଫସଲ ଅମଳ ସମୟରେ ଅଦିନିଆ ବର୍ଷ ଯୋଗୁ ସବୁ ନଷ୍ଟ ହେବା ଜଣାପଡୁଛି | ଆସନ୍ତା ୨୫ ତାରିଖ ଯାଏଁ ବିଭିନ୍ନ ରାଜ୍ୟରେ ବର୍ଷା ଲାଗି ରହିବ ନେଇ ପାଣିପାଗ ବିଭାଗରୁ ସୂଚନା ମିଳୁଛି |