ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର ଦାନକୋଟ ନିକଟରେ ଦୃଘଟଣା ଘଟିଥିବା ଜଣାପଡୁଛି । ଗତକାଲି ରାତିରେ ଦାନକୋଟ ନିକଟରେ ଥିବା ଏକ ଗଭୀର ଖାଲ ଭିତରେ ଗୋଟିଏ ସ୍କୁଟି ୧୦୦ ମିଟର ଗଭୀର ଘାଟିରେ ଖସି ପଡିଥିବା ସୂଚନା ମିଳୁଛି । ଘାଟି ଅତ୍ୟନ୍ତ ଗଭୀର ହୋଇଥିବାରୁ ୩ ଜଣ ଖାଲରେପଡି ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି । ସ୍କୁଟିରେ ତିନି ଜଣ ବ୍ୟକ୍ତି ଯାତ୍ରା କରୁଥିବାବେଳେ ଦୃଘଟଣାର ଶିକାର ହୋଇଛନ୍ତି । ମୃତକମାନେ ସ୍ଥାନୀୟ ବାସିନ୍ଦାର ବୋଲି ଜଣାପଡୁଛି । ଦୃଘଟଣାରେ ମୁର୍ତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ନାମ ଅଙ୍କିତ , ଟିଟୁ ଏବଂ ସନ୍ଦୀପ ବୋଲି ସୂଚନା ମିଳୁଛି । ଦୁର୍ଘଟଣାଟି ଚୋପଟା-ପୋଖରାଇ ମୋଟର ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୃଘଟଣା ଘଟିଥିବା ଜଣାପଡୁଛି । ରୁଦ୍ରପ୍ରୟାଗ ଜିଲ୍ଲାର ବିପର୍ଯ୍ୟୟ ପରିଚାଳନା ଅଧିକାରୀ ରହିଥିବା ନନ୍ଦନ ସିଂହ ରାଜୱାର କହିଛନ୍ତି ଘଟଣା ବିଷୟରେ ସେ ଜାଣିବା ପରେ ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF) ଙ୍କୁ ସୂଚନା ପଠାଇଥିଲେ । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଟିମ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦୃଘଟଣା ରାତି ୧୧ଟା ସମୟରେ ଘଟିଥିବା ସୂଚନା ମିଳୁଛି ।