ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି ଏପ୍ରିଲ ୨୪ରେ ମିଳିବ ସୁଭଦ୍ରା ଟଙ୍କା ?

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି ଏପ୍ରିଲ ୨୪ରେ ମିଳିବ ସୁଭଦ୍ରା ଟଙ୍କା | ଆସନ୍ତା ଏପ୍ରିଲ ୨୪ ତାରିଖରେ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ନେଇ ସୂଚନା ମିଳୁଛି | ସଭଦ୍ରା ଯୋଜନାର ପଞ୍ଚମ ପର୍ଜ୍ୟାୟ କିଷ୍ଟି ପ୍ରଦାନ ହୋଇଥିବାବେଳେ ଆସନ୍ତା ୨୪ ତାରିଖରେ ସୁଭଦ୍ରା ଯୋଜନାର ଷଷ୍ଟ ପର୍ଜୟ ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି | ଯେଉଁ ମହିଳାମାନେ ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀମାନଙ୍କୁ ସୁଭଦ୍ରା ଟଙ୍କା ଏପ୍ରିଲ ୨୪ ତାରିଖରେ ପ୍ରଦାନ କରାଯିବ ବୋଲି ପ୍ରଭାତୀ ପରିଡା କହିଛନ୍ତି | ଏବଂ ଯେଉଁ ମହିଳାମାନେ କିଛି ତ୍ରୁଟି ରହିଥିବା ଯୋଗୁ ସୁଭଦ୍ରା ଯୋଜନାରୁ ବଞ୍ଚିତ ରହିଥିଲେ ସେମାନଙ୍କୁ ମଧ୍ୟ ଆସନ୍ତା ୨୪ ତାରିଖରେ ଏକା ସାଙ୍ଗରେ ଦୁଇଟି କିଷ୍ଟି ପ୍ରଦାନ କରାଯିବ | ଆସନ୍ତା ୨୪ ତାରିଖରେ ୧ ଲକ୍ଷ ୭୦ ହଜାର ହିତାଧିକାରୀମାନଙ୍କୁ ସୁଭଦ୍ରା କିଷ୍ଟି ପ୍ରଦାନ କରାଯିବ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି |

Odia Khabar

Leave a Comment