ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଅସୁସ୍ଥ ହେବାରୁ ଏମ୍ସରେ ଭର୍ତ୍ତି କରାଯାଇଛି | ଉପରାଷ୍ଟ୍ରପତିଙ୍କ ଛାତିରେ ଯନ୍ତ୍ରଣା ହେବା ଫଳରେ ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ମିଳୁଛି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ୭୩ ବର୍ଷୀ ବୟଷ ହୋଇଥିବା ସୂଚନା ମିଳୁଛି | ଉପରାଷ୍ଟ୍ରପତିଙ୍କୁ ରାତି ପ୍ରାୟ ୨ଟା ସମୟ ଭିତରେ ହସ୍ପିଟାଲକୁ ନିଆଯାଇଥିଲା। AIIMSର ହୃଦରୋଗ ବିଭାଗ ମୁଖ୍ୟ ଡାକ୍ତର ରାଜୀବ ନାରଙ୍ଗଙ୍କ ଅଧୀନରେ କ୍ରିଟିକାଲ୍ କେୟାର ୟୁନିଟ୍ (CCU)ରେ ଭର୍ତ୍ତି କରାଯାଇଛି ଚିକିର୍ଷା କାର୍ଯ୍ୟ ଚାଲୁଅଛି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ଯ ସ୍ଥିର ରହିଛି ଏବଂ ଡାକ୍ତରଙ୍କ ନିରୀକ୍ଷଣରେ ସେ ରହିଛନ୍ତି । ଡାକ୍ତରଙ୍କ ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ଯବସ୍ଥା ଉପରେ ନଜର ରଖିଥିବା ସୂଚନା ମିଳୁଛି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ହସ୍ପିଟାଲରେ ଭର୍ତ୍ତି ହେବା ପରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଏମ୍ସରେ ପହଞ୍ଚି ଧନଖରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ପାଇଛନ୍ତି | ଉପରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ସୂଚନା ମିଳୁଛି |