ଓଡ଼ିଶାରେ ୪ ଦିନ ଲାଗିରହିବ ବର୍ଷା । ଆଜି ସକାଳୁ ରାଜ୍ୟରେ ଅନେକ ଜିଲ୍ଲା ମାନଙ୍କରେ ବର୍ଷା ହେବା ଦେଖାଦେଇଛି । ରାଜ୍ୟରେ ବର୍ଷା ୩ରୁ ୪ ଦିନ ଲାଗିରହିବ ନେଇ ବୋଲି ପାଣି ପାଗ ବିଭାଗରୁ ସୂଚନା ମିଳୁଛି । ଓଡ଼ିଶାରେ ବର୍ଷା ସାଙ୍ଗକୁ କୂଅ ପଥର ବର୍ଷା ହେବାର ସମ୍ଭାବନା ଅଛି ରାଜଧାନୀରେ ସକାଳୁ ଝିପି ଝିପି ବର୍ଷା ହେବ ଦେଖାଦେଇଛି । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ କିଛି ଜିଲ୍ଲା ଗୁଡିକୁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣି ପାଗ ବିଭାଗ । ଜିଲ୍ଲା ଗୁଡିକ ହେଲା ମୟୁରଭଞ୍ଜ , କେଉଁଝର ଭଦ୍ରକ ,ବାଲେଶ୍ୱର ଯାଜପୁର ,ଏବଂ ଢେଙ୍କାନାଳ ,ରେ ପବନରେ ବେଗ ଘଣ୍ଟା ପ୍ରତି ୪୦ ରୁ ୫୦କିମି ବଗେରେ ପବାନ ବହିବା ସହିତ କୁଆ ପଥର ବର୍ଷା ହେବାର ସମ୍ଭାବନା ଅଛି । ରାଜ୍ୟରେ କୁଆପଥର ବର୍ଷା ଘଡଘଡି ନେଇ ରାଜ୍ୟରେ ସତର୍କ ସୂଚନା ଜାରିକରଯାଇଛି । ରାଜ୍ୟରେ କିଛି କିଛି ଜିଲ୍ଲା ଗୁଡିକରେ ବିଜୁଳି ବର୍ଷା ହେବ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରଯାଇଛି ସେଗୁଡିକ ହେଲା ସମ୍ବଲପୁର , ଝାରସୁଗଡ ,ଖୋର୍ଦ୍ଧା ,ପୁରୀ ,ଗଂଜାମ ,ଏବଂ ଗଜପତି ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରଯାଇଛି । ରାଜ୍ୟରେ ୪ ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତନ ହବନାହିଁ ବୋଲି ସୂଚନା ମିଳୁଛି | ୪ ରୁ ୫ ରୁ ଦିନ ମଧ୍ୟରେ ପାଗ ପରିବର୍ତନ ହେବ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳୁଛି ।