କଟକ ମାଣିକଘୋଷ ଅଂଚଳରେ ଯୁବତୀଙ୍କ ଉପରେ ଛୁରା ମାଡ । ଯୁବତୀ ଜଣକ ରାସ୍ତା କରରେ ଛିଡା ହୋଇଥିବା ବେଳେ ଯୁବକ ଜଣକ ଆସି ଛୁରା ମାଡ଼ କରିଥିଲେ । ନିକଟସ୍ଥ ଅଂଚଳରେ ପୋଲିସ ଷ୍ଟେସନ ରହିଥିବାବେଳେ ଏଭଳି ଏକ ଦୁଃଖଦ ଘଟଣା ଘଟିଥିଲା । ଯୁବକ ଜଣକ ଯୁବତୀଙ୍କୁ ଭଲ ପାଉଥିବା ସୂଚନା ମିଳିଛି ଏକତରଫା ଭଲ ପାଇବା ରହିଥିଲା । ଏବଂ ଯୁବକ ଜଣକ ଯୁବତୀଙ୍କୁ ବହୁତ ହଇରାଣ କରୁଥିଲେ ଏବଂ ଦୁଇ ଘର ମାଧ୍ୟ୍ୟରେ ବହୁତ ବିବାଦ ଦେଖାଦେଇଥିଲା । ଏବଂ ଆଜି ସଂଧ୍ୟୟରେ ଯୁବତୀ ଜଣଙ୍କୁ ଛୁରା ମାଡ କରି ଯୁବକ ଜଣକ ଫରାର ଅଛନ୍ତି । ଏବଂ ଯୁବତୀ ଜଣକୁ କଟକ SCB ମେଡିକାଲରେ ଭର୍ତି କରାଯାଇଛି ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି ।