କାଲିଠୁ ରାଜ୍ୟରେ ବର୍ଷା ହେବ ସମ୍ଭାବନା ?

କାଲିଠୁ ରାଜ୍ୟରେ ବର୍ଷା ହେବ ସମ୍ଭାବନା ରାଜ୍ୟରେ ଥିବା ସମସ୍ତ ଜିଲ୍ଲା ଗୁଡିକରେ ଦିନକୁ ଦିନ ତାପମାତ୍ରା ବଢିବା ଦେଖାଦେଉଥିବା ବେଳେ ।ରାଜ୍ୟରେ ୫ ଦିନ ପାଇଁ କାଳବୈଶାଖୀ ବର୍ଷା ହେବା ସୂଚନା ମିଳୁଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ବର୍ଷା ହେବ ବୋଲି ସୂଚନା ମିଳୁଛି । ରାଜ୍ୟରେ ବିଭିନ୍ନ ଜିଲ୍ଲା ଗୁଡିକରେ ୩୦ରୁ ୪୦ କିମି ପବନର ବେଗ ରହିବ ବୋଲି ପାଣିପାଗ ବିଭାଗ କେନ୍ଦ୍ରରୁ ସୂଚନା ମିଳୁଛି । ରାଜ୍ୟରେ କିଛି ଜିଲ୍ଲାଗୁଡିକୁ ବର୍ଷା ହେବ ନେଇ ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୨୦ ତାରିଖ ପାଇଁ ଭଦ୍ରକ, ଝାରସୁଗୁଡ଼ା, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୟେଲୋ ଆଲର୍ଟ ଜାରି କରିଥିବା ଜିଲ୍ଲା ଗୁଡିକ ହେଲା ସମ୍ବଲପୁର, ବୌଦ୍ଧ, ଅନୁଗୁଳ ଓ ଯାଜପୁର ଦେବଗଡ଼ । ୨୧ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗଡିକ ହେଲା ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା । ୟେଲୋ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାଗୁଡ଼କ ମଧ୍ଯରେ ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା ଓ ସୋନପୁର ।

Odia Khabar

Leave a Comment