କାଲି ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚରେ ଭାରତର ବିଜୟ ?

କାଲି ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚରେ ଭାରତର ବିଜୟ । ଭାରତ ଚାମ୍ପିଅନ୍ସ ଟ୍ରଫିରେ ୩ଟି ମ୍ୟାଚ ଖେଳିଥିବା ବେଳେ ୩ଟି ଯାକରେ ବିଜୟ ହାସଲ କରିଛି । କାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଲହଉଥିବା ବେଳେ ଭାରତ ସେଥିରେ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡ ଟିମ ପ୍ରଥମେ ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୪୯ ରନ କରି ପାରିଥିଲା ସେଥିରେ ସର୍ବାଧିକ ୭୯ ରନ ଶ୍ରେୟସ କରିଥିଲେ , ହାର୍ଦିକ ପାଣ୍ଡ୍ୟା ୪୫ ରନ , ଅକ୍ସର ୪୨ ରନ ସାହାଯ୍ୟରେ ଭାରତ ଟିମ ୨୪୯ -୯ କରିପାରିଥିଲା । ନ୍ୟୁଜିଲାଣ୍ଡ ବୋଲିଂ ପକ୍ଷରୁ ହେନରୀ ସର୍ବାଧିକ ୫ ୱିକେଟ ନେବାରେ ସଫଳ ହୋଇଛନ୍ତି । ନ୍ୟୁଜିଲାଣ୍ଡ ବ୍ୟାଟିଂରେ ୨୦୫ ରନ ଟିମ ସମସ୍ତ ୱିକେଟ ହରାଇ ଅଲ ଆଉଟ ହୋଇଥିଲା ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ୮୧ ରନ କେନ କରିଥିଲେ । ନ୍ୟୁଜିଲାଣ୍ଡ କ୍ୟାପଟେନ ସାଂଟନାର ୨୮ ରନ କରିପାରିଥିଲେ ଭାରତ ବରୁଣ ଚକ୍ରବତୀ ସର୍ବାଧିକ ୫ ୱିକେଟ ନେବାରେ ସଫଳ ହୋଇଛନ୍ତି ଭାରତ ଚାମ୍ପିଅନ୍ସ ଟ୍ରଫିର ପଏଣ୍ଟ ଟେବୁଲରେ ଆଗରେ ରହିଥିବା ସୂଚନା ମିଳୁଛି ସୀମିଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚ ଦେଖିବାକୁ ମିଳିବ ।

Odia Khabar

Leave a Comment