କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସହରରେ ବର୍ଷା । ଆଜି ସକାଳେ ଭୁବନେଶ୍ୱରରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବା ସୂଚନା ମିଳୁଛି । ରାଜ୍ୟରେ କିଛି ଜିଲ୍ଲା ଗୁଡିକୁ ଘଡ଼ଘଡ଼ି ସହ ବର୍ଷା ହେବ ନେଇ ୧୭ ଜିଲ୍ଲାକୁ ପାଣିପାଗ ବିଭାଗ କେନ୍ଦ୍ରରୁ ସତର୍କ ସୂଚନା ଜାରି ହୋଇଛି । ରାଜ୍ୟରେ କୁଆପଥର ବର୍ଷା ହେବା ସହ ଅତ୍ୟଧିକ ପବନ ବହିବା ଦ୍ୱାରା ବହୁତ କ୍ଷୟକ୍ଷତି ହୋଇଥିବା ସୂଚନା ମିଳୁଛି | ଗତକାଲି ମୟୁରଭଞ୍ଜ ବାଲେଶ୍ୱର , କେନ୍ଦୁଝର ଏହି ତିନି ଜିଲ୍ଲା ଗୁଡିକରେ ବର୍ଷା , ପବନ , ଘଡଘଡି ଦ୍ୱାରା ଅଧିକ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳୁଛି | କାଲି ବଜ୍ରପାତରେ ଜଣକ ମୁର୍ତ୍ୟୁ ହୋଇଥିବା ଜଣାପଡୁଛି | ପାଣିପାଗ ବିଭାଗ କେନ୍ଦ୍ରରୁ ଆଜି ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି । କାଳବୈଶାଖୀ ପ୍ରଭାବ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କିଛି ସ୍ଥାନରେ ପାଗ ମେଘୁଆ ରହିବ ସୂଚନା ମିଳୁଛି ।