ଗତକାଲି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚରେ ବିଜୟ କରିଛି ଲକ୍ଷ୍ନୌ | ଗତକାଲି ଆଇପିଏଲର ସପ୍ତମ ମ୍ୟାଚ ଖେଳ ହଉଥିବବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନିଜର ପ୍ରଥମ ମ୍ୟାଚ ଜିତିବାରେ ସଫଳ ହୋଇଛି | ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ସନରାଇଜର୍ସ ହାଇଦ୍ରାବାଦ କୁ ୫ ଓ୍ବିକେଟରେ ହରାଇ ବିଜୟ ହୋଇଛି | ମିଚେଲ ମାର୍ଶ ଓ ନିକୋଲାସ ପୁରନଙ୍କ ଦମଦାର ଅର୍ଦ୍ଧଶତକରେ ୧୬.୧ ଓଭରରେ ବିଜୟ ହାସଲ କରିଛି ଲକ୍ଷ୍ନୌ | ପ୍ରଥମେ ଟସ ଜିତି ଫୋଲଡିଂ କରିବାର ନିଷ୍ପତି ନେଇଥିଲା ହାଇଦ୍ରାବାଦ ୯ ୱିକେଟ ବିନିମୟରେ ୨୦ ଓଭରରେ ୧୯୦ ରନ କରିଥିଲା | ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ ୪୭ ରନ ଟ୍ରାଭିସ୍ ହେଡ କରିଥିଲେ | ଜବାବରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୧୬ .୧ ଓଭରରେ ୫ ୱିକେଟ ବିନିମୟରେ ୧୯୩ ରନ କରି ବିଜୟ ହାସଲ କରିଛି |