ପୋଲିସ ନୋଟିସ ଦେବାକୁ ଆସି ଘରେ ପଶିବାରୁ ସ୍ଥାନୀୟ ଲୋକାଙ୍କ ଅଭିଯୋଗ ?

ପୋଲିସ ନୋଟିସ ଦେବାକୁ ଆସି ଘରେ ପଶିବାରୁ ସ୍ଥାନୀୟ ଲୋକାଙ୍କ ଅଭିଯୋଗ | ଘଟଣାଟି ଭଦ୍ରକ ଅଞ୍ଚଳରୁ ଘଟିଥିବା ଜଣାପଡୁଛି | ଭଦ୍ରକ ପୋଲିସ କାଜୁମହଲାରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ନୋଟିସ ଦେବାକୁ ଆସି ଅସୁବିଧାର ସମୁଖିନ୍ନ ହୋଇଛନ୍ତି | ଭଦ୍ରକ ପୋଲିସର ଟିମ ବ୍ୟକ୍ତି ଜଣକୁ ନୋଟିସ ଦେବାକୁ ଆସି ବ୍ୟକ୍ତି ଜଣକ ଘରକୁ ସିଧା ପସିଯାଇଥିଲେ ଏବଂ ମହିଳାଙ୍କ ଫୋଟୋ ଉଠାଇଥେଲେ ଘର ଲୋକେ ଓ ସ୍ଥାନୀୟ ଲୋକମାନେ ଏହି କଥାକୁ ବିରୋଧ କରିଥିଲେ | ସମସ୍ତ ପୋଲିସ କର୍ମଚାରୀଙ୍କୁ ବହୁତ ସମୟ ଧରି ଅଟକରଖିଥିଲେ | ଅବକାରୀ asi ସହିତ ୯ ଜଣକୁ ବହୁ ସମୟ ଧରି ଅଟକ ରଖିଥିଲେ ସ୍ଥାନୀୟ ଲୋକେ | ଦୀର୍ଘ ୨ ଘଣ୍ଟା ଧରି ପୋଲିସ କର୍ମଚାରୀ ମାନଙ୍କୁ ଅଟକ ରଖାଯାଇଥିଲା ଏବଂ ୨ଟି ପୋଲିସ ଟିମ ଅଟକ ରହିଥିବା ପୋଲିସ ମାନଙ୍କୁ ଉଦ୍ଧାର କରିବାକୁ ଆସି ସେମାନେ ମଧ୍ୟ ଅଟକ ରହିଥିଲେ | ୨ ଘଣ୍ଟା ଲୋକମନକୁ ବୁଝାବୁଝୀ କରିସାରିବା ପରେ ପୋଲିସ କର୍ମଚାରି ଆସିଥିଲେ |

Odia Khabar

Leave a Comment