ଘରେ ନିଆଁ ଲାଗି ଗୋଟେ ପରିବାରର ୫ ମୁର୍ତ୍ୟୁ | ଘଟଣାଟି ଉତ୍ତରପ୍ରଦେଶ କାନପୁର ଚମନଗଞ୍ଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳୁଛି | ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୫ ଜଣ ଲୋକ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ଗୋଟିଏ ପରିବାରର ବାପା ମା ସହିତ ୩ ଜଣ ପିଲା ପୋଡି ହୋଇ ମୁର୍ତ୍ୟୁ ବରଣ କରିଛନ୍ତି | ଗତକାଲି ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାପଡୁଛି | ନିଆଁ ଅତ୍ୟଧିକ ଜୋରେ ଲାଗିଥିବାରୁ ନିଆଁ ଆୟତ କରିବାକୁ ଦମକଳବାହିନୀଙ୍କୁ ୭ ରୁ ୮ ଘଣ୍ଟା ସମୟ ଲାଗିଥିଲା | ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡିନାହିଁ |