ଘର ଭିତରୁ ମହଳାଙ୍କୁ ଗଳା କାଟି ହତ୍ୟା ?

ଘର ଭିତରୁ ମହଳାଙ୍କୁ ଗଳା କାଟି ହତ୍ୟା | ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ଶରୀର ଉଦ୍ଧାର କରିଛି ପୋଲିସ ମହିଳାଙ୍କ ଗଳା କାଟି ହତ୍ୟା କରିଥିବା ସୂଚନା ମିଳୁଛି | କଟକ ପୋତାପୋଖରୀ ଗାନ୍ଧୀପଲ୍ଲୀ ଅଂଚଳରୁ ମହିଳାଙ୍କ ମୂର୍ତ ଖବର ସାମ୍ନାକୁ ଆସିଛି | ମହିଳାଙ୍କୁ ଘର ପାଖ ପଡୋଶୀ ଗୋଟେ ଧାରୁଆ ପନିକିରେ ଗଳା କାଟି ହତ୍ୟା କରିବା ଖବର ସାମ୍ନାକୁ ଆସୁଛି | ଘର ଜାଗାବାଡ଼ି ନେଇ ବହୁତ ବର୍ଷ ଧରି ମହିଳା ଓ ପଡୋଶୀ ଘର ସହିତ ସବୁବେଳେ ପାଟିତୁଣ୍ଡ ହୋଉଥିଲା | ଏବଂ ମହିଳାଙ୍କ ସ୍ୱାମୀ ଘରେ ନଥିବାବେଳେ ମହିଳା ଓ ପଡୋଶୀ ଲୋକ ଝଗଡା ହୋଇଥିଲା ଏବଂ ବ୍ୟକ୍ତି ଜଣକ ମହିଳାଙ୍କୁ ପନିକିରେ ଆକ୍ରମଣ କରିଥିଲେ | ପଡୋଶୀଙ୍କ ମା ବ୍ୟକ୍ତିଙ୍କୁ ଅଟକାଇଥିଲେ ମଧ୍ୟ ବ୍ୟକ୍ତି ଜଣକ ମାନିନଥିଲେ ଓ ମହିଳାଙ୍କୁ ହତ୍ୟା କରିଥିଲେ | ମହିଳାଙ୍କୁ ହତ୍ୟା କରିସାରିବା ପରେ ବ୍ୟକ୍ତି ଜଣକ ଫେରାର ରହିଥବା ଜଣାପଡୁଛି | ପୋଲିସ କର୍ମଚାରୀ ଘଟଣାର ତଦନ୍ତ କରୁଛି |

Odia Khabar

Leave a Comment