ଚାମ୍ପିଅନ୍ସ ଟ୍ରଫିର ଦୁତୀୟା ମ୍ୟାଚ ଭାରତ ବନାମ ବାଂଲାଦେଶ । ଆଜି ଆଇସିସି ଚାମ୍ପିଅନ୍ସ ଟ୍ରଫିର ଭାରତ ବନାମ ବାଂଲାଦେଶ ମ୍ୟାଚ ଦେଖିବାକୁ ମିଳିବ | ପାକିସ୍ତନରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରାଯାଇଛି । ହେଲେ ଭାରତର ସମସ୍ତ ମ୍ୟାଚ ପାକିସ୍ତାନରେ ଖେଳାଯିବ ନାହିଁ ଆଜି ଭାରତର ଓ ବାଂଲାଦେଶ ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ ଆଜି ୨ . ୩୦ ମିନିଟରେ ଆରମ୍ଭ ହେବାକୁ ଯାଉଛି ବାଂଲାଦେଶ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଦୁତୀୟ ଥର ପାଇଁ ଭାରତ ସହିତ ଦେଖିବାକୁ ମିଳିବ । ଦୁଇ ଦେଶର ପ୍ରଥମ ମ୍ୟାଚ ୨୦୧୭ ମସିହାରେ ଦେଖିବାକୁ ମିଳିଥିଲା ଏବଂ ସେହି ମ୍ୟାଚରେ ସହଜରେ ବାଂଲାଦେଶଠୁ ବିଜୟ ହାସଲ କରିଥିଲା ଭାରତ । ୨୦୨୩ ବିଶ୍ୱକପ ମ୍ୟାଚ ପରଠାରୁ ଭାରତ ସହିତ ବାଂଲାଦେଶ କୁ ପ୍ରଥମ ଥର ଭେଟିବ ଦୁବାଇ ଷ୍ଟାଡିୟମରେ ଭାରତର ମ୍ୟାଚ ରହିଥିବାରୁ ଦର୍ଶକମାନେ ବହୁତ ଉତ୍ସାହିତ ଅଛନ୍ତି । ରୋହିତ ଶର୍ମା ଦଳର ଅଧିନାୟକ ଭାବେ ଭରତ ଦଳର ନେତୃତ୍ୱ ସମ୍ଭାଳିବେ । ଉଭୟ ଟିମ ୪୨ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବାବେଳେ ସେଥିରୁ ଭାରତ ୩୩ ଟି ମ୍ୟାଚରେ ବିଜୟ ହାସଲ କରିଛି । ବାଂଲାଦେଶ ମାତ୍ର ୮ ଟି ମ୍ୟାଚରେ ବିଜୟ ହାସଲ କରିବାରେ ସଫଳ ହୋଇଛି । ଚମ୍ପିଆନ୍ସ ଟ୍ରଫି ମ୍ୟାଚରେ ଭାରତ ଓ ବାଂଲାଦେଶ ମଧ୍ୟରେ ଗୋଟିଏ ମ୍ୟାଚ ଖେଳହୋଇଥିବା ବେଳେ ସେଥିରେ ଭାରତ ବିଜୟ ହାସଲ କରିଥିଲା । ଭାରତ ୨୦୨୩ ବିଶ୍ୱକପ ପରେ ଭାରତ ମାତ୍ର ୨ ଟି ଦିନିକିଆ ଶୃଙ୍ଖଲା ଖେଳିଛି ଏବଂ ଶ୍ରୀଲଙ୍କା ଠାରୁ ୨ – ୦ ହାରିଥିଲା ଏବଂ ପରବର୍ତୀ ଦିନିକିଆ ମ୍ୟାଚରେ ଇଂଲଣ୍ଡକୁ ୩ -୦ ହରାଇଥିଲା ଆଜି ଭାରତ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଦୁତୀୟ ମ୍ୟାଚ ଖେଳିବାକୁ ଯାଉଛି ।