ଛାତ୍ରଙ୍କ ଉପରେ ସ୍କୁଲ ପାଚେରୀ ପଡିବାରୁ ଛାତ୍ର ଜଣକ ମୁର୍ତ୍ୟୁ ବରଣ କରିଛନ୍ତି । ଘଟଣାଟି କଟକ ଜିଲ୍ଲାର କଣ୍ଟାପଦା ବ୍ଲକ ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟରୁ ଦୃଘଟଣା ଘଟିଥିବା ସୂଚନା ମିଳୁଛି । ଏକ ଦୁଃଖଦ ଘଟଣା ଶୁଣିବାକୁ ମିଳୁଛି ସ୍କୁଲ ପାଚେରୀ ପଡିବାରୁ ଛାତ୍ର ଜଣକ ମୁର୍ତ୍ୟୁ ବରଣ କରିଛନ୍ତି । ଛାତ୍ର ଜଣକ ୫ମ ଶ୍ରେଣୀରେ ପଢ଼ୁଥିବା ସୂଚନା ମିଳୁଛି ଛାତ୍ରଙ୍କ ଉପରେ ପାଚେରୀ ପଡିବାରୁ ଛାତ୍ର ଜଣକ ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ସଂଗେ ସଂଗେ ଛାତ୍ର ଜଣକୁ କଟକ ବଡ ମେଡିକାଲକୁ ନିଆଯାଇଥିଲା । ଏବଂ ଡ଼କ୍ଟର କିଛି ସମୟ ପରେ ଛାତ୍ର ଜଣକୁ ମୁର୍ତ୍ୟୁ ଘୋଷଣା କରିଥିଲେ । ପଞ୍ଚମ ଶ୍ରେଣୀ ଛାତ୍ର ମୁର୍ତ୍ୟୁକୁ ନେଇ ସ୍ଥାନୀୟ ଲୋକମାନଙ୍କର ବହୁ ଉତେଜନା ଦେଖାଦେଇଥିଲା । ଗ୍ରାମବାସୀ ମାନେ ଟାୟାର ଜାଳି ରାସ୍ତା ଅବରଧ କରିଥିବା ସୂଚନା ମିଳୁଛି ରାସ୍ତା ମଝିରେ ବହୁ ମାତ୍ରରେ ଲୋକ ଜମା ହୋଇଥିଲେ । ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକମାନଙ୍କୁ ବୁଝା ବୁଝି କରୁଛନ୍ତି ବରଂ ଲୋକମନେ ବୁଝିବାକୁ ନାରାଜ । ଏବଂ ଲୋକମାନେ ଦାବିକରିଛନ୍ତି ସ୍କୁଲ କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁ ଛାତ୍ର ଜଣକ ମୁର୍ତ୍ୟୁ କରିଥିବା କହିଛନ୍ତି ।