ଜାଗର ଯାତ୍ରା ଦେଖି ଫେରୁଥିବା ବେଳେ ଦୁଇ ଯୁବକ ମୂର୍ତ । ଘଟଣାଟି କୋରାପୁଟ ଅନ୍ଧାରଘାଟି ବ୍ରିଜରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି । ଶିବ ରାତ୍ରି ଯାତ୍ରା ଦେଖି ଫେରୁଥିବାବେଳେ ୩ ଜଣ ଯୁବକ ଦୃଘଟଣାର ଶିକାର ହୋଇଛନ୍ତି । ବାଇକରେ ୩ ଜଣ ଆସୁଥିବା ବେଳେ କୋରାପୁଟ ଅନ୍ଧାରଘାଟି ବ୍ରିଜରେ ବାଇକ ଚାଳକ ଭାରସ୍ୟାମ ହରାଇ ବ୍ରିଜରୁ ୨୦ ପୁଟ ତଳକୁ ଖସିପଡିଥିଲେ ଦୃଘଟଣାରେ ୨ ଜଣ ମୁର୍ତ୍ୟୁ ବରଣ କରିବା ସହ ୧ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ୨ ଜଣ ମୁର୍ତ୍ୟୁ କରିଥିବା ସୂଚନା ମିଳୁଛି ଦୃଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ପାଖ ମେଡିକାଲରେ ଭର୍ତି କରାଯାଇଛି । ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ସାହାଯ୍ୟ ମେଡିକାଲ ପଠାଇଥିଲେ | ୩ ଜଣ ଯୁବକଙ୍କ ଘର ପଟାଙ୍ଗୀ ଗାଁ ର ବୋଲି ଜଣାପଡୁଛି ଯୁବକ ମାନେ ମହାଶିବ ରାତ୍ରି ଯାତ୍ର ଦେଖିବା ପାଇଁ ୮୦ କିମି ଆସିଥିଲେ ଏବଂ ଘରକୁ ଫେରୁଥିବା ବେଳେ ଦୃଘଟଣାର ଶିକାର ହୋଇଛନ୍ତି । ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ୨ ଜଣ ଯୁବକଙ୍କ ମୂର୍ତ ଶରୀର ଜବତ କରିବା ସହ ଦୃଘଟଣାର ତଦନ୍ତ କାର୍ଯ୍ୟ ଆରମ୍ଭ କରୁଛି ।