ଟ୍ରେନରୁ କୋଇଲା ଚୋରି କଲାବେଳେ ଜଳିଗଲେ ୨ ନାବାଳକ ?

ଟ୍ରେନରୁ କୋଇଲା ଚୋରି କଲାବେଳେ ଜଳିଗଲେ ୨ ନାବାଳକ । ଘଟଣାଟି ପାରାଦୀପ ଥାନା ନିକଟରେ ଥିବା ଓଭରବ୍ରିଜ୍‌ ତଳେ ଦୃଘଟଣା ଘଟିଥିବା ସୂଚନା ମିଳୁଛି । କୋଇଲା ଟ୍ରେନରେ ଦୁଇଜଣ ନାବାଳକ ଚାଲୁଥିବା ଟ୍ରେନରେ ଚଢି କୋଇଲା ଚୋରି କରୁଥିବା ସମୟରେ ବିଦ୍ୟୁତ ସଂଶର୍ପରେ ଆସି ପୋଡି ହୋଇ ମୁର୍ତ୍ୟୁ ବରଣ କରିଛନ୍ତି । ୨ ଜଣ ଆହତ ନାବଳକ ହେଉଛନ୍ତି ନନ୍ଦନ ନଣ୍ଡା ଓ ତାଙ୍କ ସାଙ୍ଗ ବନ୍ଧୁ ସହ ମିଶି କୋଇଲା ଚୋରି କରୁଥିବା ବେଳେ ମୁର୍ତ୍ୟୁ ବରଣ କରିଛନ୍ତି । ପାରାଦୀପ ବନ୍ଦରରୁ ଆସୁଥିବା କୋଇଲା ଟ୍ରେନରୁ ୨ ଜଣ ନାବାଳକ କୋଇଲା ଚୋରି କରୁଥିବା ବେଳେ । ବିଦ୍ୟୁତ ତାରରେ ସହିତ ଲାଗିଜିବା ଦ୍ୱାରା ୨ ଜଣ ଯୁବକ ପୋଡି ହୋଇ ମୁର୍ତ୍ୟୁ ବରଣ କରିଛନ୍ତି । ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ସେଠାକାର ମହିଳା ଜଣକ ଉଦ୍ଧାର କରି ପାଖ ମେଡିକାଲରେ ଭର୍ତି କରିଥିଲେ ପୁଣି ପରବର୍ତୀ ସମୟରେ ୨ ଜଣ ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ତା ଅଧିକ ଗୁରୁତର ହୋଇଥିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନନ୍ତରିତ କରାଯାଇଥିଲା । ଲୋକମାନଙ୍କ କହିବା ଅନୁଯାଇ ସେହି ଓଭରବ୍ରିଜ ତଳୁ ସବୁବେଳେ କୋଇଲା ଚୋରି ହୋଉଥିବା ଘଟଣା ଦେଖାଦେଇଥାଏ | ଏବଂ କିଛି ଦିନ ତଳେ ପୋଲିସ ପ୍ରବଳ ମାତ୍ରାରେ ଚୋରି କୋଇଲା ଜବତ କରିଥିଲା । ଏବଂ ପୁଣି କୋଇଲା ଚୋରି କରିବା ବେଳେ ୨ ଜଣ ଯୁବକଙ୍କ ଜୀବନ ଚାଲିଯାଇଛି ।

Odia Khabar

Leave a Comment