ଟ୍ରେନ ଲାଇନ ପାଖରେ ଥିବା ବିଦ୍ୟୁତ ତରାରେ ଜଳିଗଲେ ଯୁବକ | ଯୁବକ ଜଣକ ସମ୍ପୂର୍ଣ ଜଳିଯାଇଥିବା ଜଣାପଡୁଛି ଏବଂ ଘଟଣାରେ ମୁର୍ତ୍ୟୁ ବରଣ କରିଛନ୍ତି | ଯୁବକ ଜଣକ କିପରି ଭାବେ ବିଦ୍ୟୁତ ଲାଇନ ପାଖରେ ଆସି ପୋଡି ହୋଇଛନ୍ତି ଏ ନେଇ କୌଣସି ସୂଚନା ମିଳିନାହିଁ | ଯୁବକଙ୍କ ଘର କେଉଁଠି ବୋଲି କୌଣସି ସୂଚନା ମିଳିନାହିଁ | ଘଟଣାଟି କଟକ ଜିଲ୍ଲାର ଗୁରୁଡ଼ିଝଟିଆ ରେଳ ଷ୍ଟେସନରେ ଏଭଳି ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି ଟ୍ରେନ ଲାଇନ ପାଖରେ ଥିବା ବିଦ୍ୟୁତ ତରାରେ ଜଳିଗଲେ ଯୁବକ |
ଯୁବକ ଜଣକ କିପରି ବିଦ୍ୟୁତ ଲାଇନରେ ମୁର୍ତ୍ୟୁ କରିଥିଲେ ?
ପାରାଦୀପରୁ କୋଇଲା ବୋଝେଇ ଟ୍ରେନଟି ଗୁରୁଡ଼ିଝାଟିଆ ଷ୍ଟେସନ ପାଖେ ଠିଆହୋଇଥିଲା ଏବଂ ସେହି ସମୟରେ ଯୁବକ ଜଣକ ଟ୍ରେନ ଉପରେ ଚଢ଼ିଥିଲେ | ଏବଂ ଟ୍ରେନ ଉପରେ ଯାଇଥିବା ବିଦ୍ୟୁତ ତାର କରେଣ୍ଟରେ ଆସି ମୁର୍ତ୍ୟୁ ବରଣ କରିଛନ୍ତି ଯୁବକଙ୍କ ମୂର୍ତ ଶରୀରର ସେହି ବଗି ଉପରେ ପଡିଥିବା ସୂଚନା ମିଳୁଛି | ପୋଲିସ କର୍ମଚାରୀ ଘଟଣାର ତଦନ୍ତ କରିସାରିବା ପରେ ଯୁବକ ଜଣକ କଣ ପାଇଁ ଟ୍ରେନ ଉପରେ ଚଢ଼ିଥିଲେ ଯାହାଫଳରେ ଯୁବକ ମୁର୍ତ୍ୟୁ କରିଛନ୍ତି ତାହା ଜଣା ପଡିବ |