ତାପମାତ୍ରା ବୃଦ୍ଧି ନେଇ ସକାଳୁ ହେବ ଅଙ୍ଗନବାଡି । ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜିଠୁ ସକାଳୁଆ ଅଙ୍ଗନବାଡ଼ି ଆରମ୍ଭ ହେବ ବୋଲି ସୂଚନା ମିଳୁଛି । ଅଙ୍ଗନବାଡ଼ିରେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ପାଠପଢା ହେବ ବୋଲି ସରକାର ଆଜି ଘୋଷଣା କରିଛନ୍ତି । ଓଡ଼ିଶାରେ ଶିଶୁ ମାନଙ୍କ ବିକାଶ ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ୍ସରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ରଖି ରାଜ୍ୟ ସରକାର ଓଡ଼ିଶାରେ ରହିଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ସକାଳୁ ସ୍କୁଲ ଖୋଲାଯିବ ବୋଲି ଘୋଷଣା କରିଛନ୍ତି । ରାଜ୍ୟରେ ତାପମାତ୍ରା ଦିନକୁ ଦିନ ବଢିବା ଲାଗିରହିଥିବାରୁ ଏବଂ ପ୍ରାୟ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ରୁ ଅଧିକ ରହୁଥିବାରୁ ଅତ୍ୟଧିକ ଟମଟର ବୃଦ୍ଧି ଯୋଗୁ ଅଙ୍ଗନବାଡ଼ିରେ ସକାଳ ୭ଟାରୁ ଆରମ୍ଭ ହେବ ବୋଲି ନିଷ୍ପତି ନିଆଯାଇଛି |