ତେଲେଙ୍ଗାନାରେ ଟନେଲ ଭୁଶୁଡି ପଡିବାରୁ ଶ୍ରମିକମାନେ ଫସିରହିଛନ୍ତି | ନାଗାରକୁରନୁଲ ଜିଲ୍ଲାରେ ଟନେଲ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଅଘଟଣ | ଟନେଲ ଭୁଶୁଡିବା ଦ୍ୱାରା ୮ ଜଣ ଶ୍ରମିକ ଫସିରହିଥିବା ସୂଚନା ମିଳୁଛି | ଗତ କାଲିଠୁ ଏସଡ଼ିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ମଧ୍ୟ ଶ୍ରମିକ ମାନଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ | ଟନେଲ ଭିତରେ କାଦୁଅ ଭର୍ତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଟିମ ଭିତରକୁ ପ୍ରବେଶ କରିବାରେ ଅସୁବିଧାର ସମୁଖିନ୍ନ ହୋଇଛନ୍ତି | ସୁଡ଼ଙ୍ଗ କାର୍ଯ୍ୟ ବହୁତ ଦିନ ଧରି ବନ୍ଦ ରହିଥିଲା ପୁଣି ୪ ଦିନ ହବ ସୁଡ଼ଙ୍ଗ କାର୍ଯ୍ୟ ଆରମ୍ଭ ହେବ ବେଳେ ଇଂଜିନିୟର ଓ କିଛି ଶ୍ରମିକମାନେ ସୁଡ଼ଙ୍ଗ ଭିତରକୁ କାର୍ଯ୍ୟ କରିବାକୁ ଯାଇଥିବାବେଳେ ଅଘଟଣ ଘଟିଛି ଟନେଲ ଭୁଶୁଡ଼ିବାରୁ ଶ୍ରମିକମାନେ ଚାପିହୋଇ ରହିଛନ୍ତି |