ତେଲେଙ୍ଗାନାର ଟନେଲ ଭୁଶୁଡ଼ିବା ଘଟଣା, ମାସକ ପରେ ଉଦ୍ଧାର ହେଲା ଦ୍ବିତୀୟ ମୃତଦେହ । ତେଲେଙ୍ଗାନାରେ ଗୋଟିଏ ମାସ ହବ ଟନେଲ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏକ ବହୁତ ବଡ ଅଘଟଣ ଘଟିଥିଲା । ଟନେଲ କାର୍ଯ୍ୟ କରିବା ପାଇଁ ଶ୍ରମିକମାନେ ଭିତରକୁ ଯାଇଥିବାବେଳେ ଟନେଲ ଭୁଶୁଡିବା ଦ୍ୱାରା ଟନେଲ ଭିତରେ ୮ ଜଣ ଶ୍ରମିକ ଫସିରହିଥିବା ସୂଚନା ମିଳିଥିଲା । ହେଲେ ଆଜି ଟନେଲ ଭିତରୁ ଦୁତୀୟ ମୂର୍ତ ଦେହ ମିଳିଛି ବିଲି ସୂଚନା ମିଳୁଛି । ଟନେଲ ଭିତରୁ ଉଦ୍ଧାର କରାଯାଇଥିବା ଦୁତୀୟ ମୂର୍ତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ | ଟନେଲ ଭୁଶୁଡ଼ିବା ସ୍ତାନଠୁ ବ୍ୟକ୍ତିଙ୍କ ମୂର୍ତ ଦେହ ୫୦ ମିଟର ଦୂରରୁ ମିଳିଥିବା ସୂଚନା ମିଳୁଛି । ତେଲେଙ୍ଗାନାରେ ଟନେଲ କାମ ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହୋଇଥିବା ସୂଚନା ମିଳୁଛି । ଟନେଲ ଭୁଶୁଡିବା ଦ୍ୱାରା ୮ ଜଣ ଶ୍ରମିକ ଫସି ରହିଥିଲେ ମାର୍ଚ୍ଚ ୯ ତାରିଖରେ ଜଣେ ବ୍ୟକ୍ତିଙ୍କ ମୂର୍ତ ଦେହ ଉଦ୍ଧାର କରାଯାଇଥିଲା । ଆଜି ଦୁତୀୟ ମୂର୍ତ ଦେହ ଉଦ୍ଧାର ହୋଇଥିବା ସୂଚନା ମିଳୁଛି |