ଦରମା କମ ରହିଲେ କଟିବ ନାହିଁ ରାସନ କାର୍ଡ | ଯେଉଁ ସବୁ ଲୋକମାନଙ୍କର ମାସିକ ଦରମା ୧୦ ରୁ ୧୨ ହଜାର ଟଙ୍କା ଦରମା ପାଉଛନ୍ତି ସେମାନଙ୍କ ରାସନ କାର୍ଡ କଟିବ ନାହିଁ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପତ୍ର | ଏବଂ ସେ କହିଛନ୍ତି ଯେଉଁ ଲୋକମାନଙ୍କ ମାସକୁ ୧୫ ହଜାରରୁ ଅଧିକ ରୋଜଗାର କରୁଛନ୍ତି ସେମାନଙ୍କ ରାସନ କାର୍ଡରୁ ନାମ କଟାଯିବ ବୋଲି କହିଛନ୍ତି କୃଷ୍ଣ ଚନ୍ଦ୍ର ପତ୍ର | ଏ ପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ସରକାରୀ କର୍ମଚାରୀ ରାସନ କାର୍ଡ ଫେରେଇବା ସୂଚନା ମିଳିଛି |