ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ଦେଖାଦେଉଛି | ଦେଶରେ ପୁଣିଥରେ କୋରୋନା ବଢିବା ଦେଖାଦେଉଛି | ଦେଶର ସମସ୍ତ ଜନସାଧାରଣ ଲୋକ ଭୟଭୀତ ହେବା ଆରମ୍ଭ କଲେଣି | ଦେଶରେ ଦ୍ରୁତ ଗତିରେ କୋରୋନା ସଂକ୍ରାମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଏବେ ସୁଧା ଦେଶରେ ୬୦୦୦ରୁ ଉର୍ଧ କୋରୋନା ସଂକ୍ରମିତ ବ୍ୟାପିଥିବା ସୂଚନା ମିଳୁଛି | ଗୋଟିଏ ଦିନ ଭିତରେ ଦେଶରେ ୩୭୮ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି | ଏବଂ 24 ଘଣ୍ଟା ମଧ୍ୟରେ ୬ଜଣ କୋରୋନା ସଂକ୍ରମିତ ରୋଗୀ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳିଛି | ଦେଶର ସବୁଠୁ ଅଧିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କେରଳରେ ବୃଦ୍ଧି ପାଇଥିବା ସୂଚନା ମିଳୁଛି |