ଦେଶରେ ପୁଣିଥରେ କରୋନା ବଢିବା ଦେଖାଦେଉଛି ?

ଦେଶରେ ପୁଣିଥରେ କରୋନା ବଢିବା ଦେଖାଦେଉଛି | ଦେଶରେ କିଛି ବର୍ଷ ପୂର୍ବେ କରୋନା ଆକ୍ରାନ୍ତରେ ଆସି ହଜାର ହଜାର ଲୋକ ମୁର୍ତ୍ୟୁ କରିଥିବା ଦେଖାଦେଇଥିଲା | ଏବେ ପୁଣିଥରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ତୀବ୍ର ଗତିରେ ପ୍ରାୟ ରାଜ୍ୟ ଗୁଡିକରେ ବଢିବା ଆରମ୍ଭ କଲାଣି | ପୂର୍ବରୁ କରୋନା ଆକ୍ରାନ୍ତରେ ବହୁତ ଲୋକ ମୁର୍ତ୍ୟୁ କରିଥିବା ବେଳେ ଏବେ ପୁଣିଥରେ କରୋନା ସଂକ୍ରମଣ ବ୍ୟାପିବା ଦ୍ୱାରା ଲୋକମାନେ ଭୟଭୀତ ହେବା ଆରମ୍ଭ କଲାଣି | ଦେଶରେ ୬୮୧୫ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଥିବା ସୂଚନା ମିଳିଛି | ଗତ ୨୪ ଘଣ୍ଟା ମଧ୍ୟରେ ୩୨୪ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସବୁଠୁ କରୋନା ଆକ୍ରାନ୍ତ ସଂଖ୍ୟା କେରଳରେ ୨୦୫୩ ହୋଇଥିବାବେଳେ , ଗୁଜୁରାଟରେ ୧୧୦୯ ହୋଇଛି | କରୋନା ଆକ୍ରାନ୍ତ ଧୀରେ ଧୀରେ ସମସ୍ତ ରାଜ୍ୟ ଗୁଡିକରେ ବ୍ୟାପିବା ଆରମ୍ଭ କଲାଣି |

Odia Khabar

Leave a Comment