ପରାଜୟର କାରଣ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ | ବିଜେଡି ୨୮ ତମ ପ୍ରତିଷ୍ଠା ଦିବସରେ ଆଜି ନବୀନ ପଟନାୟକ ହରିବାର ମୁଖ୍ୟ କାରଣ ଗୁଡିକ କହିଛନ୍ତି ଗତ ୨୪ ବର୍ଷ ଭିତରେ ବିଜୁ ଜନତା ଦଳ ସରକାର ସାରଦୁନିଆରେ ଓଡିଶା କୁ ସମୃଦ୍ଧ ଓ ସଶକ୍ତ ରାଜ୍ୟର ପରିଚୟ ଦେଇପାରିଛି | ଅନ୍ୟ ରାଜ୍ୟର ଖାଦ୍ୟ ଶଷ୍ୟ ଉପରେ ନିର୍ଭର କରୁଥିବା ସରକାର ଆଜି ବାହାର ରାଜ୍ୟକୁ ଖାଦ୍ୟ ପଠାଇଛି ଓଡ଼ିଶାରେ ଗରିବୀ କମିଛି ଇଂକମ ବଢିଛି ନାରୀମାନଙ୍କ ଉନ୍ନତି କ୍ଷେତ୍ରରେ ଓଡିଶା ଏକ ଆଗୁଆ ରାଜ୍ୟ |
ବିଜେପି ମିଛ କଥା କହି କ୍ଷମତାକୁ ଆସିଛି କହିଲେ ନବୀନ ପଟ୍ଟନାୟକ ?
ଆମେ ହାରିନାହୁଁ ବିଜେପି ମିଛ କଥା କହି ଲୋକଙ୍କୁ ଭୁଆଁ ଭୁଲେଇ କ୍ଷମତାକୁ ଆସିଛି ଆମର ଭୁଲ ହେଲା ସେମାନଙ୍କ ମିଛକୁ କାଉଣ୍ଟ କରିପାରିନୁ | ଆଜି ଓଡିଶାବାସୀ ଜାଣିଗଲେଣି ବିଜେପି ମିଛ କଥା କହି କ୍ଷମତାକୁ ଆସିଛି ଓଡିଶା ବାଷିପାଇଁ ବିଜେପିର ସବୁଠୁ ବଡ ଉପହାର ହେଉଛି ଦରଦାମ ବୃଦ୍ଧି | ଓଡ଼ିଶାର ହକ ପାଇଁ ଲଢ଼ିଥିବା ଦଳ ହେଉଛି ବିଜୁ ଜନତା ଦଳ |