ପରାଦୀପ ନେହୁର ବଙ୍ଗଳା ମାଛ ଧାରା ବୋଟରେ ଲାଗିଲା ନିଆଁ | ଘଟଣାଟି ଗତକାଲି ରାତି ୯ ସମୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳୁଛି | ପ୍ରଥମେ ଗୋଟିଏ ବୋଟରେ ନିଆଁ ଲାଗିବ ଫଳରେ ଏହା ଅତିକ୍ରମ କରି ୧୦ ଟି ବୋଟରେ ନିଆଁ ଲାଗିଥିଲା | ବୋଟରେ ନିଆଁ ବହୁତ ଜୋରେ ଲାଗିଥିବାରୁ ନିଆଁକୁ ଆୟତ କରିବା ସମ୍ଭବ ହୋଇନଥିଲା | ନିଆଁ ଲାଗିବା ଖବର ପାଇଁ ଅଗ୍ନିଶମ ବାହିନୀ କିଛି ସମୟ ପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ | ୮ଟି ଅଗ୍ନିଶମ ଟିମ ତୀବ୍ର ନିଆଁକୁ ଆୟତ କରିବା କାର୍ଯ୍ୟ କରିଥିଲା | ଘଟଣା ସ୍ଥଳରେ ପାରାଦୀପ ଅଞ୍ଚଳର ୫ଟି ଥାନାର ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି | ଏକ ଭୟଙ୍କର ଅଗ୍ନିକାଣ୍ଡରେ କେହି କ୍ଷତିଗ୍ରସ୍ତ ହୋଇନଥିବା ଜଣାପଡୁଛି ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ |