ପରୀକ୍ଷା କେନ୍ଦ୍ରକୁ ଯିବାବେଳେ ଦୃଘଟଣାରେ ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ | ଦୃଘଟଣାଟି ମାଲକାନଗିରି ଅଂଚଳରେ ଘଟିଥିବା ଜଣାପଡୁଛି | ଦଶମ ଶ୍ରେଣୀ ଛତ୍ର ଜଣକ ଆଜି ମାଟ୍ରିକ ପରୀକ୍ଷା ଶେଷ ଦିନରେ ପରୀକ୍ଷା କେନ୍ଦ୍ରକୁ ବାଇକରେ ଯାଉଥିବାବେଳେ ଦୃଘଟଣାର ଶିକାର ହୋଇଛନ୍ତି | ଏବଂ ଛତ୍ର ଜଣକ ଦୃଘଟଣାରେ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ଆଜି ପରୀକ୍ଷାର ଶେଷଦିନ ହୋଇଥିବା ବେଳେ ଛାତ୍ର ଜଣକର ଶେଷଦିନ ଘଟିଛି | ପରୀକ୍ଷା କେନ୍ଦ୍ରକୁ ଛାତ୍ର ଜଣକ ବାଇକରେ ଯାଉଥିବାବେଳେ ଗୋଟେ ପିକଅପ ଭ୍ୟାନ ଧକ୍କା ଦେବା ଫଳରେ ଛାତ୍ର ଜଣକର ଘଟଣା ସ୍ଥଳରେ ମୁର୍ତ୍ୟୁ ଘଟିଥିଲା | ଏବଂ ଛତ୍ର ଜଣଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ମେଡିକାଲକୁ ନିଆଯାଇଥିଲା ଓ ଡାକ୍ତର କିଛି ସମୟ ପରେ ଛାତ୍ର ଜଣକୁ ମୁର୍ତ୍ୟୁ ଘୋଷଣା କରିଥିଲେ | ମେଡିକାଲରେ ଛାତ୍ର ଜଣକ ଘରଲୋକେ ଏବଂ ଗାଁ ଲୋକେ ଆସିଥିବାରୁ ପ୍ରବଳ ଭିଡ ହୋଇଥିଲା | ବିଦ୍ୟାଳରେ ସମସ୍ତ ଛାତ୍ର ଓ ଛାତ୍ରୀ ମାନଙ୍କ ପାଇଁ ୨ଟି ସ୍କୁଲ ଗାଡିରେ ଛାତ୍ର ଓ ଛାତ୍ରୀ ମାନଙ୍କୁ ନେବା ଆଣିବାରେ ସୁବିଧା ଥାଇ ମଧ୍ୟ ଛାତ୍ର ଜଣକ କଣ ପାଇଁ ବାଇକ ନେଇ ପରୀକ୍ଷା କେନ୍ଦ୍ରକୁ ସବୁବେଳେ ଆସୁଥିଲେ ସେ ନାଇଁ କୌଣସି ସୂଚନା ମିଳୁନାହିଁ |