ପର୍କିଙ୍ଗରେ ରହିଥିବା ବେଳେ ଜଳିଗଲା କାର ବେଗୁନିଆ ଥାନା ଅନ୍ତର୍ଗତ ଥିବା ଦେଉଳି ଯାମୁନ ସାହିରେ ପର୍କିଙ୍ଗ ରେ ଥୁଆହୋଇଥିବା କାରଟି ରେ ହାଟଥ ନିଆଁ ଲାଗିଯାଇଥିଲା | କାଲି ରାତିରେ ସୋଇଥିବା ସମୟରେ କାର ଟିର ଟାୟାର ଫାଟିବା ଶବ୍ଦ ଶୁଣି ଘର ଲୋକ ଉଠିକି ଦେଖିବା ବେଳକୁ କାରଟି ହୁତୁ ହୁତୁ ହୋଇ କାରଟି ଜାଳିବାର ଦେଖିଥିଲେ | ଘର ପାଖରେ ଥିବା ପଡିଶା ଘରକୁ ଡାକି ନିଆଁ ଲିଭେଇବା କାର୍ଯ୍ୟ କରିଥିଲେ | ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିବା କାର୍ଯ୍ୟ କରିଥିଲେ ହେଲେ କାରଟି ସେତେବେଳକୁ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ସୂଚନା ମିଳୁଛି |