ପିକଅପ ଭ୍ୟାନ୍ ଓଲଟି ୧୮ ଜଣ ଲୋକ ଆହତ । ଘଟଣାଟି ବୈପାରୀଗୁଡା କୁମ୍ଭିଖାରୀ ଘାଟିରେ ଓଲଟିଲା ପିକଅପ ଭ୍ୟାନ । ଭରା ଶ୍ୟାମ ହରାଇ ଭ୍ୟାନଟି ଓଲଟି ପଡିଥିବା ସୂଚନା ମିଳୁଛି । ଦୃଘଟଣାରେ ୩ ଜଣ ଅଧିକ ଗୁରୁତର ହୋଇଥିବା ଜଣାପଡୁଛି | ଏକ ଭୟଙ୍କର ଦୃଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ କରିଥିଲେ । ଦୃଘଟଣାରେ ଆହତ ହୋଇଥିବା ସମସ୍ତ ବ୍ୟକ୍ତି ମାନଙ୍କୁ ପାଖରେ ରହିଥିବା ମେଡିକାଲରେ ଭର୍ତି କରାଯାଇଛି ୩ ଜଣ ଗୁରୁତର ଆହତ ବ୍ୟକ୍ତି ମାନଙ୍କୁ ଜୟପୁର ମେଡିକାଲରେ ଭର୍ତି କରାଯାଇଥିଲା । ସମସ୍ତଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ନିକଟସ୍ଥ ମେଡିକାଲକୁ ଅଣାଯାଇଥିଲା । ସପ୍ତାହକ ହାଟକୁ ୬୦ ଜଣ ପିକଅପ ଭ୍ୟାନରେ ଆସୁଥିବାବେଳେ ଦୃଘଟଣାର ଶିକାର ହୋଇଛନ୍ତି । ଦୃଘଟଣାରେ କେହି ମୁର୍ତ୍ୟୁ ବରଣ କରିନଥିବା ସୂଚନା ମିଳୁଛି ଭ୍ୟାନଟିର ବ୍ରେକ ଫେଲ ହେବା ଦ୍ୱାରା ଦୃଘଟଣା ଘଟିଥିବା ସୂଚନ ମିଳୁଛି । ଭ୍ୟାନଟି କିପରି ଓଲଟିଥିଲା ତଦନ୍ତ କାର୍ଯ୍ୟ କରିସାରିବାପରେ ଜଣାପଡିବ ।