ପୁଣି ମୋ ବସ ଧକ୍କାରେ ୨ ଜଣ ଗୁରୁତର | ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ମୋ ବସ ଧକ୍କାରେ ୨ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି | ୨ ଜଣ ଯୁବକ ଅଟକୁ ଅପେକ୍ଷା କରି ରାସ୍ତା କାରରେ ଠିଆହୋଇଥିବା ବେଳେ ମୋ ବସ ଗାଡି ହଟାଥ ଯୁବକଙ୍କ ଉପରେ ମାଡିଯାଇଥିଲା ଯାହା ଦ୍ୱାରା ଯୁବକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି | ମୋ ବସ ଧକ୍କାରେ ଆହତ ହୋଇଥିବା ବ୍ୟକ୍ତି ୨ ଜଣ ହେଲେ ରଞ୍ଜିତ ବେହେରା , ଖୁଦାନନ୍ଦ ମହାନ୍ତି | ରଞ୍ଜିତଙ୍କ ଗୋଡ଼ରେ ଆହାତ ଲାଗିଥିବା ବେଳେ ଖୁଦାନନ୍ଦଙ୍କ କାନ୍ଧରେ ଆହତ ଲାଗିଥିବା ସୂଚନ ମିଳୁଛି | ୨ ଜଣଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଭର୍ତି କରାଯାଇଛି | ଦୃଘଟଣା ପରେ ମୋ ବସ ଡ୍ରାଇଭର ଜଣକ ଘଟଣା ସ୍ଥଳରେ ଉତ୍ପାତ କରିଥିବା ଜଣାପଡୁଛି ଦୃଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ଘରଲୋକ କହିଛନ୍ତି ମୋ ବସ ଡ୍ରାଇଭର ମାନେ ଆହତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ବାଡ଼େଇଥିବା କହିଛନ୍ତି | ଦିନକୁ ଦିନ ମୋ ବସ ଡ୍ରାଇଭର ମାନଙ୍କର ପାଗଳ ଭଳି ଗାଡି ଚଳାଇବା ଦ୍ୱାରା ବାରମ୍ବାର ଦୃଘଟଣା ଘଟିବ ସତ୍ୱେ ବା ମଣିଷ ମୁର୍ତ୍ୟୁ କଲେ ମଧ୍ୟ ସରକାର କୌଣସି ପ୍ରକାର ପଦକ୍ଷପ ନେଉନାହାନ୍ତି |