ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରାଥନା | ପରିବାରକୁ ସମବେଦନା ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ମନ୍ତ୍ରୀ ଅନନ୍ତ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ବହୁତ ଦୁଃଖିତ। ମନ୍ତ୍ରୀ ଅନନ୍ତ ଦାସଓ ବିଧାୟକ ଭାବେ ସେ ରାଜ୍ୟର ଓ ବାଲେଶ୍ଵର ଅଞ୍ଚଳର ବିକାଶ ପାଇଁ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖି ନିସ୍ତାର ସହ କାର୍ଯ୍ୟ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ପ୍ରାଥନା କରିଛନ୍ତି | ଆଜି ସକାଳ ୪ ଟା ବେଳେ ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ମୁର୍ତ୍ୟୁ ଘଟିଥିବା ସୂଚନା ମିଳୁଛି । ମନ୍ତ୍ରୀ ଅନନ୍ତ ଦାସଙ୍କୁ ୮୬ ବର୍ଷ ବୟଷ ହୋଇଥିବା ସୂଚନା ମିଳୁଛି । ମନ୍ତ୍ରୀ ଅନନ୍ତ ଦାସ ଗତ କିଛି ଦିନହବ ଦେହ ଅସୁସ୍ଥ ହୋଇଥିବାରୁ ଶଯ୍ୟାଶାୟୀ ହୋଇ ରହିଥିଲେ । ଭୁବନେଶ୍ୱର ସରକାରୀ ବାସଭବନରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳୁଛି । ମନ୍ତ୍ରୀ ଅନନ୍ତ ଦାସ ୧୯୪୦ ମସିହା ଅଗଷ୍ଟ ୨୮ ତାରିଖରେ ଭୋଗରାଇ ବ୍ଲକ ବାଲିମ ପଞ୍ଚାୟତର କୁରୁଠିଆ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସୂଚନା ମିଳୁଛି | ମନ୍ତ୍ରୀ ଅନନ୍ତ ଦାସ ୨୦୦୪ ନିର୍ବାଚନରେ ସେ ବିଜେଡି ଟିକଟରୁ ଲଢି ଭୋଗରାଇର ବିଧାୟକ ଭାବେ ବିଜୟୀ ହୋଇଥିଲେ। ୨୦୦୪ ରୁ ୪ ଥର ଭାବେ ବିଧାୟକ ଭାବେ ନିବାସହିତ ହୋଇଥିଲେ |