ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଏଥର ଦର୍ଶକଙ୍କ ଭିଡ ଦିନକୁ ଦିନ ବଢିବାକୁ ଲାଗିଛି। ମହୋତ୍ସବ ସାରିବାକୁ ଆହୁରି ୮ ଦିନ ରହିଛି । ଅନେକ ନୃତ ଶିଳ୍ପ ବହୁତ ବହୁତ ଜାଗାରୁ ପ୍ରସିଦ୍ଧ ଧୂଯାତ୍ରାରେ ନୃତ କରିବାକୁ ଆସିଛନ୍ତି ରାଜ୍ୟର ଅନେକ ଜିଲ୍ଲାରୁ ନୃତ କରିବାକୁ ଆସିଛନ୍ତି । ଛତିଶଗଡରୁ ଅନେକ ଲୋକେ ତାଙ୍କ ନୃତ କାର୍ଯ୍ୟ କରିବାକୁ ଆସିଛନ୍ତି । ୧୧ ଦିନ ଧରି ଚାଲିବ ବରଗର୍ଡରେ ପ୍ରସିଦ୍ଧ ଧନୁ ଯାତ୍ରା । ଅତ୍ୟଧିକ ଭିଡ ଏବଂ ଟ୍ରାଫିକ୍ ସମସ୍ୟା ରହିଥିବାରୁ ବରଗଡ ଜିଲା ଶିକ୍ଷା ବିଭାଗ ଆସନ୍ତା ୬ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମଥୁରାନଗରୀ ରହିଥିବା ସମସ୍ତ ସ୍କୁଲ ଗୁଡ଼ିକରେ ପାଠପଢା ସମୟ ସୀମା ପରିବର୍ତ୍ତନ କରାଯାଇଛି । ବରଗଡ଼ ସହରରେ ରହିଥିବା ସମସ୍ତ ସ୍କୁଲ, କଲେଜ ଗୁଡ଼ିକରେ ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଠପଢା କାର୍ଯ୍ୟ ସ୍ଥିର କରାଯାଇଛି। ପ୍ରସିଦ୍ଧ ଧନୁଯାତ୍ରା ସରିବା ପରେ ପୂର୍ବ ନିଅମ ଅନୁସାରେ ଛାତ୍ରୀଛାତ୍ରଙ୍କ ପାଠପଢା ପକ୍ରିୟା ଆରମ୍ଭ ହେବ।