ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବରଗଡ଼ରେ ସବୁଠୁ ପ୍ରସିଦ୍ଧ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ ପହଞ୍ଚିସାରିବା ପରେ କଲ୍ୟାଣୀ ମଣ୍ଡପରୁ ହାତୀ ପିଠିରେ ବସି କଂସ ଦରବାରକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏବଂ ତାଙ୍କ ସହିତ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ,ନିହାର ମହାନନ୍ଦ, ସନନ୍ତ ଗଡ଼ତିଆ ପ୍ରସିଦ୍ଧ ଧନୁଯାତ୍ରାରେ ସାମିଲ ହୋଇଥିଲେ । ପ୍ରସିଦ୍ଧ ଧନୁଯାତ୍ରାରେ ଓଡ଼ିଶାର ଅନେକ ରାଜ୍ୟ ମାନଙ୍କରୁ ଲୋକମାନେ ତାଙ୍କ ନୃର୍ତ୍ୟ କାର୍ଯ୍ୟ କରିବାକୁ ଆସିଥାନ୍ତି । ମୁଖ୍ୟମନ୍ତ୍ରୀ ଆସିବା ନେଇ ଧନୁଯାତ୍ରାରେ ଲୋକମାନଙ୍କ ଭିଡ ଲାଗିରହିଛି ଏବଂ କାଲି ସାରିବାକୁ ଯାଉଛି ବରଗଡ଼ରେ ପ୍ରସିଦ୍ଧ ଧନୁ ଯାତ୍ରା ।