ଓଡ଼ିଶାରେ ଆଳୁର ଅଭାବ ହେତୁ ଲୋକମାନେ ବହୁତ ଅସୁବିଧାର ସମୁଖିନ୍ନ ହଉଛନ୍ତି | ପାଞ୍ଚିମବଂଗ ସରକାର ଆଳୁ ଗାଡି ନ ଛାଡ଼ିବାରୁ ଓଡ଼ିଶାରେ ଆଳୁର ଅଭାବ ଦେଖିବାକୁ ମିଳିଛି |

ଉତ୍ତର ପ୍ରଦେଶ ରୁ କିଛି ଆଳୁ ଗାଡି ଓଡିଶାକୁ ଆସିଛି ଆଳୁ ଟ୍ରକ ଆସିଲା ପରେ ଦାମ କିଛି ବି କମିବାକୁ ଦେଖିବାକୁ ମିଳୁନି | ମାର୍କେଟରେ ଆଳୁ ଦାମ ୪୦ ରୁ ୪୫ ଟଙ୍କା ରହିଛି ଏବଂ ଆଳୁର ଦାମ କଟକ ଲୋକମାନେ ଆଳୁ କମ କିଣିବାକୁ ବାଧ୍ୟ ହେଇଛନ୍ତି |

ଛତ୍ର ବଜ଼ାର ରେ ବି ଆଳୁର ଦାମ କମିବାକୁ ଦେଖିବାକୁ ମିଳୁନି ଆଳୁର ଦାମ ବଢ଼ିବାରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରୁ ଛନ୍ତି | ପଞ୍ଚିମବଂଗ ରୁ କେବେ ଆଳୁ ଆସିବ ଅପେଖ୍ୟାରେ ରହିଛି ଓଡିଶା ସରକାର ରାଜ୍ୟରେ ଆଳୁ ଦର ବଢ଼ିବାରୁ ଏବଂ କିଛି ଦୋକାନୀ ଅଧିକ ଦାମରେ ଆଳୁ ବିକିବାରୁ ସମସ୍ତ ଦୋକାନୀକୁ ନିର୍ଦେଶ ଦିଆଯାଇଛି ଆଳୁ ୪୦ ଟଙ୍କାରେ ବିକ୍ରି କରିବାକୁ ଏବଂ ଦୋକାନୀ ଅଧିକ ଦରରେ ଆଳୁ ବିକ୍ରି କଲେ ତାଙ୍କୁ ନୋଟିସ ଦିଆଯିବ | ଅଧିକ ଦରରେ ଆଳୁ ବିକ୍ରି ହୋଇଥିବାରୁ କଟକ ଆଉ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ରେଡ ହେଇଥିଲା ଆଳୁର ଦର କମିବାକୁ ସପ୍ତାହର ସମୟ ଲାଗିବ ବୋଲି ସୂଚନା ମିଳିଛି |
