କଟକ ବିଡାନାସୀ ଡ୍ରେନ କାମ କଲା ବେଳେ ଜଣେ ଶ୍ରମିକ ମୁର୍ତ୍ୟୁ ବରଣ କରିଛନ୍ତି ୫ ଜଣ ଶ୍ରମିକ ଆଜି ବିଡାନାସୀରେ ଡ୍ରେନ କାମ କରିବାକୁ ଆସିଥିଲେ ଏବଂ ତାଙ୍କ ଭିତରୁ ଜଣକର ମୁର୍ତ୍ୟୁ ଘଟିଛି ଏବଂ ଆଉ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ଶ୍ରମିକ ମାନେ ଆଜି କାମ କରୁଥିବା ବେଳେ ସ୍ଥାନୀୟ ବାସିନ୍ଧା କାର୍ଯ୍ୟ ଅଧିକାରୀ ଏବଂ ଶ୍ରମିକ ମାନଙ୍କୁ କାନ୍ଥ ଟି ଦୁର୍ବଳ ଥିବାରୁ ଶ୍ରମୀଙ୍କ ମାନକୁ ସତର୍କ କରି ଦେଇଥିଲେ ଏବଂ ଶ୍ରମିକମାନେ ସ୍ଥାନୀୟ ବାସିନ୍ଧା ଲୋକଙ୍କ କଥାକୁ ଗୁରୁତ୍ୱ ନଦେଇ ଡ୍ରେନ କାର୍ଯ୍ୟ ଜାରି ରଖି ଥିଲେ ଏବଂ ଯାହାଫହଲରେ ଏଭଳି ଏକ ଦୃଘଟଣା ଘଟିଛି ।
ପାଞ୍ଚ ଜଣ ଶ୍ରମିକ ଭିତରୁ ଜଣେ ନାବାଳକ ମଧ୍ୟ ରହିଥିଲେ ପାଚିରୀ ଟି ଡ୍ରେନ ପାଖକୁ ଲାଗି ରହିଥିଲା ଏବଂ କାର୍ଯ୍ୟ କରବା ବେଳେ ୪ ଜଣକ ଉପରେ ପଡିଯାଇଥିଲା ଏବଂ ସ୍ଥାନୀୟ ଲୋକମାନେ ସଂଗେ ସଂଗେ ପାଖ ମେଡିକାଲକୁ ଶ୍ରମିକ ମାନଙ୍କୁ ନେଇ ଯାଇଥିଲେ ଏବଂ ରାସ୍ତା ରେ ଯିବା ବେଳେ ଜଣକର ମୁର୍ତ୍ୟୁ ଘଟିଥିଲା ଏବଂ ଆଉ ୩ ଜଣ ହସ୍ପିଟାଲ ରେ ଚିକିତ୍ସା ଚାଲିଛି ଏବଂ ଜଣେ ଗୁରୁତର ଥିବାର ସୂଚନା ମିଳିଛି । ଏତେ ବଡ ଦୃଘଟଣା ଘଟି ମଧ୍ୟ୍ୟ ଘଟଣା ସ୍ଥଳରେ କୌଣସି ଠିକଦାର ଏବଂ କାର୍ଯ୍ୟ କରାଉଥିବା କୌଣସି କର୍ତ୍ତୃପକ୍ଷଙ୍କୁ ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ ଏଭଳି ଏକ ଦୁଃଖଦ ଘଟଣା ଘଟି ଥିବାରୁ ସ୍ଥାନୀୟ ବାସିନ୍ଧାଙ୍କ ଉତେଜନା ଦେଖିବାକୁ ମିଳିଛି ।