ବରଗଡ଼ ସହରରେ ନବମ ଶ୍ରେଣୀ ଛାତ୍ରଙ୍କୁ ପଥରରେ ଛେଚି ହତ୍ୟା | ନାବାଳକ ଜଣକ ବରଗଡ଼ କେନ୍ଦୁଗୁଡିଆ ଗାଁର ବୋଲି ସୂଚନା ମିଳୁଛି | ନାବାଳକ ଗତକାଲି ନିଖୋଜ ରହିଥିବା ବେଳେ ଘର ଲୋକ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ | ନବମ ଶ୍ରେଣୀ ଛାତ୍ର ଜଣକୁ କେହି ଜଣେ ପଥରରେ ଛେଚି ହତ୍ୟା କରିଥିବା ସୂଚନା ମିଳୁଛି | ଛାତ୍ର ଜଣକ ସକାଳୁ ସାଇକେଲ ନେଇ ଖେଳିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ | ପରିବାର ଲୋକେ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ୍ୟ ଛାତ୍ର ଜଣକୁ ପାଇନଥିଲେ ଓ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ | ଆଜି ସକାଳେ କିଛି ଲୋକ ପାଖ ଜଙ୍ଗଲକୁ ମହୁଲ ଗୋଟେଇବାକୁ ଯାଇଥିବା ବେଳେ ଛାତ୍ର ଜଣକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲେ | ସେଠାରେ ସାଇକେଲ ଓ ଚପଲ ସହିତ ରକ୍ତରେ ଭିଜିଥିବା ପଥର ଦେଖିବାକୁ ମିଳିଥିଲା | ଘଟଣା ସ୍ଥଳରେ ପୋଲିସ କର୍ମଚାରୀ ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରୁଛି |