ବସକୁ ଟ୍ରକ ଧକ୍କା ଦେବା ଫଳରେ ଓଲଟିଲା ବସ | ଦୃଘଟଣାଟି ସମ୍ବଲପୁର ଗୋଳକୁଣ୍ଡା ଓଭରବ୍ରିଜ ନିକଟରେ ଘଟିଥିବା ସୂଚନା ମିଳୁଛି | ଗୋଟେ ବଡ ଦୃଘଟଣାରୁ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳୁଛି | ସୂଚନା ଅନୁଯାଇ ଏକ ଯାତ୍ରୀବାହି ବସଟି ଫୁଲବାଣୀରୁ ଫେରୁଥିବାବେଳେ ସମ୍ବଲପୁର ଗୋଳକୁଣ୍ଡା ଓଭରବ୍ରିଜ ନିକଟରେ ଦୃଘଟଣା ଘଟିଥିଲା | ବସଟିକୁ ଗୋଟିଏ ଟ୍ରକ ପଛପଟୁ ଧକ୍କା ଦେବା ଫଳରେ ବସଟି ଭାରସ୍ୟାମ ହରାଇ ଓଲଟି ପଡିଥିଲା | ଦୃଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡୁଛି | ଦୃଘଟଣାରେ କେବଳ ବସ କଣ୍ଡକ୍ଟର୍ ଜଣକ ଆହତ ହୋଇଥିବା ସୂଚନା ମିଳୁଛି | ଦୃଘଟଣାରୁ କିଛି ଲୋକ ଆହତ ହୋଇଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତି କରାଯାଇଛି | ଆଜି ସକାଳ ସମୟରେ ଦୃଘଟଣାଟି ଘଟିଥିବା ସୂଚନା ମିଳୁଛି | ଘଟଣା ସ୍ଥଳରେ ପୋଲିସ କର୍ମଚାରୀ ପହଁଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି |