ବସ ଦୃଘଟଣାରେ ୧୨ ଜଣ ଯାତ୍ରୀ ଆହତ ଦୃଘଟଣାଟି ଖୋର୍ଡ ବୋଲଗଡ଼ ଗୋପବନ୍ଧୁ ଛକରେ ଘଟିଥିବା ଜଣାପଡୁଛି |ଦୃଘଟଣାରେ ବସଟି ଭାରସ୍ୟାମ ହରାଇ ରାସ୍ତା ସେପଟକୁ ପଶିଯାଇଛି ଏକ ବଡ ଭୟଙ୍କର ଦୃଘଟଣାରୁ ଅଳ୍ପକେ ବଂଚିଯାଇଛନ୍ତି ଲୋକେ | ଦୃଘଟଣାରେ ୧୨ ରୁ ଅଧିକ ଯାତ୍ରୀ ଆହତ ହେବା ସୂଚନା ମିଳିଛି ସମସ୍ତ ଆହତ ଯାତ୍ରୀ ମାନଙ୍କୁ ପାଖ ମେଡିକାଲରେ ଭର୍ତି କରାଯାଇଛି | ଦୃଘଟଣାରେ ୩ ଜଣକ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତରଥିବା ଜଣାପଡୁଛି | ବସଟି ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯାତ୍ରା କରୁଥିବାବେଳେ ଏଭଳି ଏକ ଦୃଘଟଣାର ଶିକାର ହୋଇଛି | ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଧା ଓ ପୋଲିସ କର୍ମଚାରୀ ମିଶି ଯାତ୍ରୀ ମାନଙ୍କୁ ଉଦ୍ଧାର କାର୍ଯ୍ୟ କରିଥିଲେ ଏବଂ ଆହତ ଯାତ୍ରୀ ମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ପାଖ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା | କିଛି ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁସ୍ତ ରହିଥିବାରୁ ଡ଼କ୍ଟର ତାଙ୍କୁ ଡିସ୍ଚାର୍ଜ କରିଛନ୍ତି |