ବିଦ୍ୟୁତ ସଂସ୍ପଶରେ ଆସି ୧୨ ବର୍ଷର ବାଳକ ମୂର୍ତ ?

ବିଦ୍ୟୁତ ସଂସ୍ପଶରେ ଆସି ୧୨ ବର୍ଷର ବାଳକ ମୂର୍ତ | ଘଟଣାଟି ବାହାନଗା ବ୍ଲକ ଜରିତାଳ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳୁଛି | ୧୨ ବର୍ଷର ବାଳକ ବିଦ୍ୟୁତ ଆଘାତରେ ମୁର୍ତ୍ୟୁ କରିଥିବା ଜଣାପଡିଛି | ସୂଚନ ଅନୁଯାଇ ପ୍ରଭାକର ମହାରଣାଙ୍କ ପୁଅ ଆୟୁଷ ମହାରଣା ଆଜି ସକାଳେ ଘରେ ପାଣି ଦେଉଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ | ଘର ଲୋକ ସଂଗେ ସଂଗେ ଆୟୁଷକୁ ଗୁରୁତର ଅବସ୍ଥାରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ | ଡାକ୍ତର କିଛି ସମୟ ପରେ ଆୟୁଷମକୁ ମୁର୍ତ୍ୟୁ ଘୋଷଣା କରିଥିଲେ | ଆୟୁଷ ମାତ୍ର ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ | ଏଭଳି ଏକ ଘଟଣାରେ ଗାଁ ରେ ଶୋକର ଛାୟା ଖେଳିଯାଇଛି | ପୋଲିସ ମେଡିକାଲରେ ପହଞ୍ଚି ମୂର୍ତ ଶରୀର ଜବତ କରିବା ସହ ଘଟଣା ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି |

Odia Khabar

Leave a Comment