ବିହାର ଲୁଟେରା ମାନଙ୍କୁ ପୋଲିସର ଏନକାଉଣ୍ଟର ?

ବିହାର ଲୁଟେରା ମାନଙ୍କୁ ପୋଲିସର ଏନକାଉଣ୍ଟର | ଗତକାଲି ରାତିରେ ପୋଲିସ ୨ ଜଣ ବିହାର ଲୁଟେରାଙ୍କୁ ଏନକାଉଣ୍ଟର କରିଥିବା ଖବର ସାମ୍ନାକୁ ଆସିଛି | ବିହାରରୁ ଆସି ଭୁବନେଶ୍ୱର ଲୁଟ କରୁଛନ୍ତି ଲୁଟେରା | ଏବଂ ଗତକାଲି ପୋଲିସ ସହ ମୁହାଁମୁହିଁ ହେବ ଦ୍ୱାରା ପୋଲିସ ଆଉ ଲୁଟେରାଙ୍କ ମଧ୍ୟରେ ଗୁଳି ଆକ୍ରମଣ ହୋଇଥିଲା | ବିହାର ଲୁଟେରା ଦୁଇ ଜଣ କଳା ପଲସରରେ ଆସି ଭୁବନେଶ୍ୱରରେ ଲୁଟ କରୁଛନ୍ତି | ଏବଂ ବ୍ୟବହାର କରୁଥିବା କଳା ପଲସର ଚୋରି ଗାଡି ରହିଥିବା ଜଣାପଡୁଛି | ଗତକାଲି ଲୁଟେରା ପୁରୀ ଅଭିମୁଖେ ଯାଉଥିବାବାବେଳେ ପୋଲିସ ସନ୍ଦେହେ କରି ତାଙ୍କ ପିଛା କରୁଥିଲା ଓ ବାଙ୍କୁଆଳ ନିକଟରେ ପୋଲିସ ଏନକାଉଣ୍ଟର କରିଥିଲା | ଲୁଟେରା ଦୁଇ ଜଣ ହେଉଛନ୍ତି ସୋନୁ ଯାଦବ, ମନିଶ ଯାଦବ | ପୋଲିସ ଗୁଳି ମାଡ଼ରେ ଲୁଟେରା ମାନଙ୍କ ଗୋଡ଼ରେ ଗୁଳି ବାଜିଥିଲା | ଏବଂ ଦୁଇ ଜଣ ଲୁଟେରାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତି କରାଯାଇଛି | ଲୁଟେରା ମାନଙ୍କ ନାଁରେ ଅନେକ ସାହରେ ଲୁଟ କରିଥିବା ଖବର ସାମ୍ନାକୁ ଆସିଛି | ପୋଲିସ ଏନକାଉଣ୍ଟର ସ୍ଥଳରୁ ବାଇକ , ବନ୍ଧୁକ , କିଛି ଦୋକୋମେନ୍ଟ ଜବତ କରିଛି |

Odia Khabar

Leave a Comment