ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଟ୍ରେନ ଉପରକୁ ପଥର ମାଡ | ବନ୍ଦେ ଭାରତ ଟ୍ରେନକୁ କିଛି ଦୁର୍ବୁତ୍ତ ମାନେ ଟ୍ରେନ ଉପରକୁ ପଥର ଫୋପାଡ଼ିଥିବା ସୂଚନା ମିଳୁଛି | ଟ୍ରେନଟି ଭୁବନେଶ୍ୱରରୁ ରାଉରକେଲା ଯିବା ସମୟରେ କିଛି ଦୁର୍ବୁତ୍ତ ପଥର ଆକ୍ରମଣ କରିଥିବା ଜଣାପଡୁଛି | ଆକ୍ରମଣଟି କଲୁଙ୍ଗା ଷ୍ଟେସନରେ ଦୁର୍ବୁତାମାନେ ଆକ୍ରମଣ କରିଥିବା ସୂଚନା ମିଳୁଛି | ଡୁବୁର୍ତ୍ତ ମାନଙ୍କ ପଥର ଆକ୍ରମଣରେ ଟ୍ରେନର ୨ଟି ଝରକା କାଚ ଭାଙ୍ଗିଥିବା ସୂଚନା ମିଳୁଛି | ଆକ୍ରମଣରେ ଯାତ୍ରୀମାନେ କେହି ଆହତ ହୋଇନଥିବା ଜଣାପଡୁଛି ଓ କିଛି କିଛ ସ୍ଥାନରେ ଟ୍ରେନ ଉପରେ ପଥର ଆକ୍ରମଣ ଅନ୍ୟ ରାଜ୍ୟରେ ଦେଖିବାକୁ ମିଳିଥାଏ ଏବେ ଓଡ଼ିଶାରେ ମଧ୍ୟ ଟ୍ରେନ ଉପରେ ଦୁର୍ବୁତ୍ତ ମାନକ ପଥର ଆକ୍ରମଣ ହେବ ଆରମ୍ଭ ହେଲାଣି | ରାଉରକେଲାର GRP ଘଟଣାର ତଦନ୍ତ କାର୍ଯ୍ୟ ଆରମ୍ଭ କରୁଛି |