ଭୁବନେଶ୍ୱରରେ ରାତି ଅଧରେ ପୋଲିସର ଏନକାଉଣ୍ଟର ?

ଭୁବନେଶ୍ୱରରେ ରାତି ଅଧରେ ପୋଲିସର ଏନକାଉଣ୍ଟର | ଗତ କାଲି ରାତିରେ ଭୁବନେଶ୍ୱରରେ ଲୁଟେରା ଓ ପୋଲିସ ଉଭୟ ଉଭୟଙ୍କୁ ଗୁଳି ଆକ୍ରମଣ କରିଥିଲେ | ପୋଲିସର ଗୁଳି ଆକ୍ରମଣର ଜଣେ ଦୁର୍ବୁତ୍ତ ଗୁରୁତର ଭାବେ ଆହତ ହୋଇଥିଲେ | ପୋଲିସଙ୍କ ଗୁଳି ମାଡ଼ରେ ଆହତ ବ୍ୟକ୍ତି ଜଣକ ହେଉଛନ୍ତି ବିହାରୀ ଲୁଟେରା ଦୀପକ କୁମାର ବୋଲି ସୂଚନା ମିଳୁଛି | ପୋଲିସର ଗୁଳି ବିନିମୟରେ ଆହତ ହୋଇଥିବାରୁ ଲୁଟେରାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା ଓ ପରବର୍ତୀ ସମୟରେ ଏମ୍ସ ମେଡିକାଲରେ ଭର୍ତି କରାଯାଇଥିଲା | ଗତକାଲି ରାତିରେ ପେଟ୍ରୋଲିଙ୍ଗ କରିବା ସମୟରେ ପୋଲିସ ଦୁର୍ବୁତ୍ତ ମାନଙ୍କୁ ଲୁଟ କରିବାରେ ଦେଖିଥିଲା | ଲୁଟେରା ମାନେ ଆଟିଏମ୍ ଭାଙ୍ଗି ଲୁଟ କରୁଥିବାବେଳେ ପୋଲିସ ନଜରକୁ ଆସିଥିଲେ | ଏବଂ ଲୁଟେରା ପୋଲିସ ମୁହାଁ ମୁହିଁ ହେବ ପରେ ଗୁଳି ଆକ୍ରମଣ କରିଥିଲେ ଓ ପୋଲିସ ଗୁଳିରେ ଦୀପକ ନାମକ ଲୁଟେରା ଜଣକ ଗୁରୁତର ଭାବେ ଆହତ ହୋଇଥିଲେ | ଏବଂ କିଛି ଦିନ ପୂର୍ବରୁ ମଧ୍ୟ୍ୟ ପାହାଳ ନିକଟରେ ରହିଥିବା ଗୋଟେ ଆଟିଏମ୍ରୁ ଲୁଟ କରୁଥିବା ସମୟରେ ପୋଲିସଙ୍କ ନଜରରେ ଆସିଥିଲେ ଏବଂ ସେଠି ମଧ୍ୟ ଲୁଟେରାମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ |

Odia Khabar

Leave a Comment