ଭୟଙ୍କର ଘୂର୍ଣ୍ଣିଝଡରେ ଆମେରିକାରେ ୩୪ ମୃତ । ଭୟଙ୍କର ଘୂର୍ଣ୍ଣିଝଡରେ ଶତାଧିକ ରୁ ଅଧିକ ଆହତ ହୋଇଥିବା ଓ ଝଡ ତୋଫାନରେ ୩୪ ଜଣ ପ୍ରାଣ ହରାଇଥିବା ସୂଚନା ମିଳୁଛି । ଆମେରିକାର ଘୂର୍ଣ୍ଣିଝଡରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଗୁଡିକ ହେଲା ମିସାରି, ଟେକ୍ସାସ, କାନସାସ ଓ ମିସୋରି ପ୍ରଦେଶ । କେବଳ ମିସୋରିରେ ୧୨ ଜଣଙ୍କ ମୁର୍ତ୍ୟୁ ଘଟିଥିବା ସୂଚନା ମିଳୁଛି । ଭୟଙ୍କର ଘୂର୍ଣ୍ଣିଝଡରେ , ଆମେରିକାରେ ବହୁ ଧନସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳୁଛି । ଘୂର୍ଣ୍ଣିଝଡରେ ବେଗ ଘଣ୍ଟାପ୍ରତି ୧୩୬ରୁ ୧୬୫ କିଲୋମିଟର ବେଗରେ ପବନ ବୋହିଥିଲା ବୋଲି ସୂଚନା ମିଳୁଛି । ଲୋକମାନଙ୍କର କାର ଉଡିବା ସହ ବହୁ ଧନ ସମ୍ପତି ନଷ୍ଟ ହେବ ଦେଖିବାକୁ ମିଳିଛି । ଆମେରିକାରେ ପ୍ରାୟ ଏକ କୋଟି ଲୋକ ଟର୍ଣ୍ଣାଡୋ ଦ୍ବାରା ପ୍ରଭାବିତ ହୋଇଛନ୍ତି । ରାଜ୍ୟପାଳ ସାରା ହକାବି ସାଣ୍ଡର୍ସ X ରେ କହିଛନ୍ତି ଯେ ଆମେ ଗତକାଲି ରାତିର ଝଡ଼ ଯୋଗୁଁ ଲୋକମାନଙ୍କ କ୍ଷୟକ୍ଷତିର ସର୍ଭେ କରିବା ପାଇଁ ଦଳ ଗଠନ କରିଛୁ ବୋଲି କହିଥିବା ସୂଚନା ମିଳୁଛି ।