ମିଆଁମାରରେ ଭୟଙ୍କର ଭୂମିକମ୍ପ ହୋଇଥିବା ସୂଚନା ମିଳୁଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଭୂମିକମ୍ପ ହୋଇଥିବା ନେଇ ଦୁଇ ଦେଶକୁ ଯେକୌଣସି ସାହାଯ୍ୟ କରିବା ନେଇ ଘୋଷଣା କରିଛନ୍ତି | ଥାଇଲ୍ୟାଣ୍ଡ ଅପେକ୍ଷା ମିଆଁମାରରେ ଭୂମିକମ୍ପ ଅଧିକ ହୋଇଥିବା ସୂଚନା ମିଳୁଛି | ଭୂମିକମ୍ପର ତୀବ୍ରତା ୭. ୨ ହୋଇଥିବା ରେକର୍ଡ କରାଯାଇଛି | ଭୂମିକମ୍ପର ତୀବ୍ରତା ଅଧିକ ଜୋରେ ହୋଇଥିବାରୁ ମିଆଁମାରରେ ବଡ ବଡ ବିଲଡିଂ ଭୁଶୁଡି ପଡିବା ସୂଚନା ମିଳୁଛି | ଅନେକ ସ୍ଥାନରେ ରାସ୍ତା ଫାଟି ଥିବା ସହ ଅନେକ ଘର ଭୁଶୁଡି ପଡିଛି ଲୋକମାନେ ଭୟଙ୍କର ଭୂମିକମ୍ପରେ ଭୟଭୀତ ଅଛନ୍ତି | ଭୟଙ୍କର ଭୂମିକମ୍ପ ହୋଇଥିବାରୁ ଲୋକମାନେ ମୁର୍ତ୍ୟୁ କରିଥିବା ନେଇ ସୂଚନା ମିଳୁଛି |